Categories: ଜାତୀୟ

ବିବାହ ଏକ କୁହୁକ ଶବ୍ଦ: ସମଲିଙ୍ଗୀ ବିବାହ ନେଇ ସୁପ୍ରିମ୍‌କୋର୍ଟରେ ତର୍କ…

ନୂଆଦିଲ୍ଲୀ,୨୫।୪ : ସମଲିଙ୍ଗୀ ବିବାହ ମାମଲାରେ ବରିଷ୍ଠ ଆଡଭୋକେଟ ଗୀତା ଲୁଥ୍ରା ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ହାଜର ହୋଇ କହିଛନ୍ତି, ବିବାହ ଏକ କୁହୁକ ଶବ୍ଦ ଏବଂ ଏହାର ଯାଦୁକରୀ ପ୍ରଭାବ ସମଗ୍ର ବିଶ୍ୱରେ ରହିଛି। ଆମର ସମ୍ମାନ ଏବଂ ଜୀବନ ସହ ଜଡିତ ବିଷୟଗୁଡ଼ିକ ସହିତ ଏହାର ସିଧାସଳଖ ସମ୍ପର୍କ ଅଛି।

ସମଲିଙ୍ଗୀ ଦମ୍ପତିଙ୍କୁ ବିବାହରୁ ବଞ୍ଚିତ କରିବା ମହିଳାଙ୍କ ଭୋଟ ଦେବାର ଅଧିକାର ଛଡ଼ାଇବା ପରି। ପୂର୍ବ ଭଳି ମହିଳାମାନଙ୍କୁ ଲିଙ୍ଗ ଆଧାରରେ ମତଦାନ ଅଧିକାରରୁ ବାରଣ କରାଯାଉଥିଲା।

ସମଲିଙ୍ଗୀ ବିବାହ ନେଇ ସୁପ୍ରିମକୋର୍ଟରେ ଚତୁର୍ଥ ଦିନରେ ହାଇବ୍ରିଡ ଶୁଣାଣି ହୋଇଥିଲା। ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଦୁଇଜଣ ସଦସ୍ୟ ଅନଲାଇନ ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରିଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏସ ନରସିଂହ କୋର୍ଟ ପରିସରରେ ଉପସ୍ଥିତ ଥିବାବେଳେ ଜଷ୍ଟିସ ଏସ.କେ କୌଲ ଏବଂ ଜଷ୍ଟିସ ଏସ.ଆର ଭଟ୍ଟ ଅନଲାଇନ ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରିଥିଲେ।

Share