Categories: ଜାତୀୟ

ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ମାଧ୍ୟମରେ କରିଥିଲେ ବିବାହ,୬ ମାସ ପରେ ଘଟିଲା ଏମିତି

ଭୋପାଳ, ୨୭।୮: ମଧ୍ୟ ପ୍ରଦେଶର ଭୋପାଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ୬ ମାସ ହେବ ବିବାହ କରିଥିବା ସ୍ବାମୀ, ସ୍ତ୍ରୀଙ୍କ ୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଫଳରେ ମହିଳା ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ବହୁ ପରିଶ୍ରମ ପରେ ପୋଲିସ ଅଭିଯୁକ୍ତଙ୍କ ଧରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ, ମହିଳା ଜଣଙ୍କ ୨୦୧୮ରେ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ମାଧ୍ୟମରେ ଅଭିଯୁକ୍ତ ରାଜେଶ ମନ୍ନାଙ୍କୁ ଜାଣିଥିଲେ। ଏହାପରେ ଉଭୟଙ୍କ ବିବାହ ହୋଇଥିଲା। ବିବାହର ୬ ମାସ ପରେ ରାଜେଶ ସ୍ତ୍ରୀଙ୍କ ୬ ଲକ୍ଷ ଟଙ୍କା ଏବଂ ସୁନା ଗହଣା ନେଇ ଫେରାର ହୋଇଯାଇଛନ୍ତି। ମହିଳା ଜଣଙ୍କା ସ୍ବାମୀଙ୍କ ବହୁତ୍‌ ଖୋଜାଖୋଜି କରିଥିଲେ। କିନ୍ତୁ ସେ ନ ମିଳିବାରୁ ବାଧ୍ୟ ହୋଇ ୨୦୧୯ରେ ଥାନାରେ ଏତଲା ଦେଇଥିଲେ। ପୋଲିସ ମଧ୍ୟ ରାଜେଶଙ୍କୁ ଖୋଜିବା ପାଇଁ ନିଜ ଜାଲ ବିଛାଇଥିଲା। ଶେଷରେ ଏବେ ସେ ଧରାପଡିଛନ୍ତି।

Share