Posted inଫୁରସତ

ଖବରକାଗଜ ଫଟୋରୁ ପ୍ରେମ ପରେ ବିବାହ

ଟ୍ରିନଟନ୍‌: ପ୍ରେମ କେଉଁଠାରେ କାହାକୁ ବି ହୋଇପାରେ। ପ୍ରେମ ବୟସ, ଜାତି, ଧର୍ମ ଦେଖି ନ ଥାଏ। ନିକଟରେ ଏପରି ଏକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଯୁବତୀ ଖବରକାଗଜରୁ ଯୁବକଙ୍କ ଫଟୋ ଦେଖି ଫେସବୁକ୍‌ରେ ତାଙ୍କୁ ଖୋଜି ପରେ ବିବାହ କରିଛନ୍ତି। ଏବେ ସେମାନଙ୍କର ୪ଟି ସନ୍ତାନ ରହିଛନ୍ତି। ନିକଟରେ ଦୁହେଁ ତାଙ୍କ କାହାଣୀ ଶେୟାର କରିଛନ୍ତି। ରିପୋର୍ଟ ମୁତାବକ, ୪୨ ବର୍ଷୀୟା ଏଭିଗେଲ ଆଦମ୍‌ କହିଛନ୍ତି, ତାଙ୍କର ବ୍ରେକ୍‌ଅପ୍‌ ପରେ ସେ ବହୁତ ଉଦାସ ଥିଲେ। ଦିନେ ସେ ଘର ବାହାରେ ଚା’ ପିଉଥିବାବେଳେ ତାଙ୍କ ନଜର ଖବରକାଗଜ ଉପରେ ପଡ଼ିଲା। ଖବରକାଗଜ ପଢ଼ିବା ବେଳକୁ ସେଥିରେ ଟମ୍‌ ସଜାକିଙ୍କ ବାବଦରେ ଲେଖାଥିଲା। ସେ ନିକଟରେ ନିଜର ଏକ ରିସାଇକିଲିଂ କମ୍ପାନୀ ଆରମ୍ଭ କରିଥିଲେ। ଟମ୍‌ଙ୍କୁ ଦେଖି ଏଭିଗେଲ ପସନ୍ଦ କରିବାକୁ ଲାଗିଲେ। ପରେ ସେ ଟମ୍‌ଙ୍କୁ ଖୋଜିବାକୁ ପ୍ରୟାସ କଲେ। ସେ ତାଙ୍କୁ ସୋସିଆଲ ମିଡିଆରେ ଖୋଜିବା ପରେ ପାଇଗଲେ। ପରେ ଦୁହିଙ୍କ କଥାବର୍ତ୍ତା ଆରମ୍ଭ ହେଲା। ଉଭୟ ମିଶି ଆମେରିକାର ବହୁ ଜାଗା ବୁଲିଲେ। ଏହାର ୨ ବର୍ଷ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଏବେ ସେମାନଙ୍କର ୪ଟି ସନ୍ତାନ ରହିଛନ୍ତି। ନ୍ୟୁଜର୍ସିର ବାସିନ୍ଦା ଏଭିଗେଲ ଜଣେ ଜୁଏଲେରି ଡିଜାଇନର। ସେ କହିଛନ୍ତି, ତାଙ୍କର ପୂର୍ବ ସମ୍ପର୍କ ଭାଙ୍ଗିଯିବା ନେଇ ବେଶ୍‌ ଖୁସି ଅଛନ୍ତି। ତାହା ପରେ ଉପହାର ଭାବେ ଟମ୍‌ ମିଳିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri