ଭୁବନେଶ୍ୱର,୨୨।୮: ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଏବଂ ଏଆଣ୍ଡ୍ଏସ୍ ପାୱାରର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ପରବର୍ତ୍ତୀ ପିଢ଼ିର ଲାଇ-ଆୟନ ବ୍ୟାଟେରି ପ୍ରଯୁକ୍ତିରେ ଗବେଷଣା, ନବସୃଜନ ଓ ବିକାଶକୁ ଆଗକୁ ବଢ଼ାଇବା ଏବଂ ଗୁଜରାଟରେ ଭାରତର ପ୍ରଥମ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବାରେ ଜୟ ଇ-ବାଇକ୍ ଯେଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ତାହାକୁ ସୁନିଶ୍ଚିତ କରିବା।
ଏ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଯତୀନ୍ ଗୁପ୍ତେ କହିଛନ୍ତି, ଇଲେକ୍ଟ୍ରିକ୍ ଯାନ ଶିଳ୍ପରେ ନବସୃଜନକୁ ଆଗକୁ ବଢ଼ାଇବା ଏବଂ ପ୍ରଯୁକ୍ତିରେ ଉନ୍ନତି ଆଣିବା ପାଇଁ ଆମର ରହିଥିବା ଲକ୍ଷ୍ୟ ଦିଗରେ ଏଆଣ୍ଡଏସ୍ ପାୱାର ସହ ସହଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ସହଯୋଗିତା ଆମକୁ ଗୁଜରାଟରେ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବାର ନିକଟତର କରିଛି, ଯାହା ଦୀର୍ଘସ୍ଥାୟୀ ଗମନାଗମନ ସମାଧାନ ପ୍ରଦାନ କରିବ ଏବଂ ସବୁଜ ଭବିଷ୍ୟତକୁ ଆକାର ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ଉପତ୍ାଦନ କରୁଥିବା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବାର ଲକ୍ଷ୍ୟକୁ ପୂରଣ କରିବା ଲାଗି ଅସଲି ଉପକରଣ ନିର୍ମାତା (ଓଇଏମ୍) ଏଆଣ୍ଡ୍ଏସ୍ ପାୱାର ସହିତ ଏକ ଦୀର୍ଘକାଳୀନ ଚୁକ୍ତି ସ୍ବାକ୍ଷର କରାଯାଇଛି। ଏପରି କି ଏହି ସହଯୋଗିତାକୁ ଜାରି ରହିଥିବା ଗବେଷଣା ଓ ବିକାଶ ସହିତ ସିଙ୍ଗାପୁରରେ ଥିବା ୱାର୍ଡୱିଜାର୍ଡର ଗବେଷଣା କେନ୍ଦ୍ର ପାଇଁ ଉପଲବ୍ଧ କରାଯିବ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

