ଖୋଲିଲା ମଣ୍ଡି, କିଣି ପାରିଲାନି ପ୍ରଶାସନ

ସରଣ୍ଡା,୨୧।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ସୋମବାର ଧାନ କିଣା ଆରମ୍ଭ ହୋଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ୨୧ତାରିଖ ସୋମବାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ସମସ୍ତ ମଣ୍ତି ଖୋଲାଯାଇଛି । ହେଲେ ମୁଖ୍ୟ ମଣ୍ତି ଅତାବିରା ସାପ୍ତାହିକ ବଜାର ଯୋଗୁ ମଙ୍ଗଳବାର ମଣ୍ତି ଖୋଲିବ।

ସୋମବାର ଗୋଡଭଗା ମଣ୍ତିରେ ଚାଷୀମାନେ ଧାନ ପକାଇ ଥିଲେ। ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ପରମ୍ପରା ଅନୁସାରେ ମଣ୍ତିକୁ ପ୍ରଥମେ ଧାନ ଆଣିଥିବା ଚାଷୀ ଧାନକୁ ପୂଜାର୍ଚ୍ଚନା କରାଯିବା ସହିତ ସମ୍ପୃକ୍ତ ଚାଷୀଙ୍କୁ ସଂଗଠନ ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥାଏ। ଏହି କ୍ରମରେ ମଣ୍ତିକୁ ପ୍ରଥମ ଚାଷୀ ଭାବେ ଜେ.ଶ୍ରୀନିବାସ ୧୫୦ ପ୍ୟାକେଟ ଧାନ ଆଣିଥିଲେ । ତାଙ୍କୁ ସଂଗଠନ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ୱରେ ମଣ୍ତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟପକ୍ଷେ ସରକାରୀସ୍ତରରେ ପୂଜାର୍ଚ୍ଚନା ପାଇଁ ବରଗଡ଼ ଉପଜିଲାପାଳ ତଥା ଆର୍‌ଏମ୍‌ସି ଅଧ୍ୟକ୍ଷ ଲଲାଟ କୁମାର ଲୁହା, ତହସିଲଦାର ରଞ୍ଜନ କୁମାର ଦାଶ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଜ୍ୟୋସ୍ନାରାଣୀ କର୍ଣ୍ଣ, ସମବାୟ ସମ୍ପ୍ରସାରଣ ଅଧିକାରୀ ସରୋଜ ମେହେର, ଯୋଗାଣ ନିରୀକ୍ଷକ ରଞ୍ଜନ ନାୟକ ପ୍ରମୁଖ ଗୋଡଭଗା ମଣ୍ତିକୁ ପୂଜାର୍ଚ୍ଚନା କରିବା ପାଇଁ
ପହଞ୍ଚି ଥିଲେ । ପୂଜାର୍ଚ୍ଚନା କରିବା ପାଇଁ ସଜବାଜ ହେବା ସମୟରେ କୃଷକ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା।

ଅନ୍ୟପକ୍ଷେକ୍ଷ ବୁଲୁ ପ୍ରଧାନଙ୍କ ୧୫.୭ ପ୍ରତିଶତ ଆର୍ଦ୍ରତା ଥିବା ୧୪୨ ପ୍ୟାକେଟ ଧାନ ଏବଂ ଜେ.ସତ୍ୟପୁଷ୍ପାଙ୍କ ୧୬ ପ୍ରତିଶତ ଆର୍ଦ୍ରତା ଥିବା ୧୧୦ ପ୍ୟାକେଟ ଧାନ ମଣ୍ତିରେ ପଡିଥିଲା । ସରକାରଙ୍କ ଧାନ କିଣା ସତ୍ତାବଳୀ ଅନୁସାରେ ପଞ୍ଜିକୃତ ଚାଷୀଙ୍କ ମୋବାଇଲ ନମ୍ବରରେ ପ୍ରାପ୍ତ ସୂଚନା ଅନୁସାରେ ମଣ୍ତିକୁ ଧାନ ଆଣିବା ପରେ ଏକ ସ୍ବୀକାର ପତ୍ର ଦିଆଯିବ। ଏହି ନିୟମକୁ ପାଳନ କରିବା ପାଇଁ କୃଷକ ସଂଗଠନପକ୍ଷରୁ ଦାବି କରାଯାଇଥିଲା। ତେଣୁ ଚାଷୀଙ୍କ ଧାନ କିଣି ପୂଜାର୍ଚ୍ଚନା କରିବାକୁ ସଂଗଠନ ପକ୍ଷରୁ କୁହାଯାଇଥିଲା। ହେଲେ ପୂଜାର୍ଚ୍ଚନା ନ କରି ଉପ-ଜିଲାପାଳ ମଣ୍ଡିରୁ ଫେରିଯାଇଥିଲେ ।

ସଂଗଠନର ସଭାପତି କର କହିଛନ୍ତି ପ୍ରତି ଋତୁରେ ସରକାରୀ ହିସାବରେ ମଣ୍ତି ଖୋଲିବା ଦିନଠାରୁ ବିଭିନ୍ନ ଆଳ ଦେଖାଇ ୫ ଦିନ ପର୍ଯ୍ୟନ୍ତ ପ୍ରଶାସନ ଧାନ କିଣି ନ ଥାଏ । ସେଥିପାଇଁ ନଭେମ୍ବର ୧୫ ତାରିଖରେ ମଣ୍ତି ଖୋଲିବା ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ ସଭାରେ ସଂଗଠନ ଦାବି କରିଥିଲା । ଦାବୀପ୍ରତି ଜିଲାପାଳ ସେତେବେଳେ ଧ୍ୟାନ ଦେଇ ନ ଥିଲେ। ପ୍ରଥମେ ଡିସେମ୍ବର ୧ ତାରିଖ ପରେ ନଭେମ୍ବର ୨୫ ତାରିଖ ଏବଂ ଶେଷରେ ନଭେମ୍ବର ୨୧ରେ ମଣ୍ତି ଖୋଲିବ ବୋଲି ଘୋଷଣା କରିଥିଲେ । ମାତ୍ର ପ୍ରଥମ ଦିନରୁ ସରକାରଙ୍କ ଧାନ କିଣାରେ ଫେଲ ମାରିଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ଧାନ କିଣା ଫେଲ ମାରିବ ନାହିଁ, ଚାଷୀ ଧାନ ଆଣି ଯେହେତୁ ପୂଜାଅର୍ଚ୍ଚନା କରିସାରିଥିଲେ ଏବଂ ଦାବି କରିଥିଲେ ଯେ, ଧାନ କିଣିବା ପରେ ପୂଜା କରିବେ ବୋଲି କହିବାରୁ ପ୍ରଶାସନ ପକ୍ଷରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିଛୁ ଶୀଘ୍ର ଏହା ଶେଷ ହେବ ବୋଲି ବରଗଡ଼ ଉପ ଜିଲାପାଳ ତଥା ଆର୍‌ଏମ୍‌ସି ଅଧ୍ୟକ୍ଷ ଲଲାଟ କୁମାର ଲୁହା କହିଛନ୍ତି।

ବରଗଡ଼ ଜିଲାରେ ଚଳିତ ବର୍ଷ ୧ଲକ୍ଷ ୧୪ହଜାର ୬୧୯ଜଣ ଚାଷୀ ରେଜିଷ୍ଟେସନ କରିଛନ୍ତି l
ପ୍ରଥମ ଦିନରେ ଚାଷୀ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ସମେତ ଟିକେଲାଲ ମିଶ୍ର, ବୁଦ୍ଧଦେବ ନନ୍ଦ, ସୁରେଶ କର୍ଣ୍ଣ, ଭୁବନ ପ୍ରଧାନ, ଅମୁଲ୍ୟ ସ୍ବାଇଁ, ନରେନ୍ଦ୍ର ଭୋଇ, ସମୀର ପଧାନ, ଦଶରଥ ଭୋଇ, ସୁରେନ୍ଦ୍ର ସ୍ବାଇଁ, ଏସ. ଭି. ରାଓ, ବି. ପାପା ରାଓ, ଅଶ୍ୱିନୀ ତ୍ରିପାଠୀ, ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri