ବଜାର କରିଦେଲେ ଜାମ

ଅନୁଗୋଳ ଅଫିସ, ୪ା୫ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା କୋଭିଡ୍‌ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ଆସନ୍ତା ୫ରୁ ୧୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ବଜାର ବନ୍ଦ ହେଲେ ଓ ଚଳପ୍ରଚଳ ହ୍ରାସ ପାଇଲେ ପଜିଟିଭ୍‌ଙ୍କ ସଂଖ୍ୟା ତଳମୁହାଁ ହେବ ବୋଲି ସରକାର ଆଶା ରଖିଛନ୍ତି। ହେଲେ ଲକ୍‌ଡାଉନ୍‌ ପୂର୍ବରୁ ବଜାରଗୁଡ଼ିକରେ ଯେପରି ଲୋକଙ୍କ ଭିଡ଼ ଲାଗୁଛି ଓ କଟକଣା ପାଳନ କରାଯାଉ ନାହିଁ, ତାହା ଆଗାମୀ ଦିନରେ ଭୟାନକ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ସୋମବାର ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ଗହଳି ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କରୋନା କଟକଣାକୁ ଭୁଲି ସାମଗ୍ରୀ କିଣିବାକୁ ସହରବାସୀ ଏପରି ଅମାନିଆ ହେଲେ ଯେ ବଜାର ସମ୍ପୂର୍ଣ୍ଣ ଜାମ୍‌ ହୋଇଯାଇଥିଲା।
ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରେ ସୋମବାର ଖୋଲିଥିଲା ଅନୁଗୋଳ ସହର। ଲକ୍‌ଡାଉନ୍‌ ପୂର୍ବରୁ ହାତରେ ଆଉ ମାତ୍ର ୨ ଦିନ ଥିବାରୁ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅଥୟ ହୋଇପଡ଼ିଥିଲେ। ସହରର ପ୍ରମୁଖ ବ୍ୟବସାୟିକ ସ୍ଥଳ କୁହାଯାଉଥିବା ବଜାର ଛକରେ ଏଥିପାଇଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନ ଓ ପୋଲିସ ଲୋକଙ୍କୁ ଆୟତ୍ତ କରିପାରି ନ ଥିଲା। ଗହଳି ଯୋଗୁ କୌଣସି ସ୍ଥାନରେ ପାଦ ପକାଇବାକୁ ବାଟ ନ ଥିଲା। ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ରାଶନ ସାମଗ୍ରୀ ଲୋକେ ଗାଡ଼ି କରି ବୋହି ନେଉଥିବା ଦେଖିବାକୁ ମିଳିଥିଲା। ସହରବାସୀଙ୍କ ଏପରି ବିକଳିଆ ସ୍ଥିତିରୁ ଫାଇଦା ଉଠାଇ ଅସାଧୁ ବ୍ୟବସାୟୀମାନେ ଦର ବଢ଼ାଇ ଦେଇଥିଲେ। ବିଶେଷକରି ଆଳୁ ଓ ପିଆଜ ସହ ପରିବାର ଦର ବେକାବୁ ହୋଇଯାଇଛି। ୪୦ ତଳକୁ ପରିବା ଦର ଖସୁ ନାହିଁ। ସେହିପରି ଗାନ୍ଧୀମାର୍ଗ ଠାରେ ଥିବା ମଦ ଦୋକାନ ସହ ଅନ୍ୟସ୍ଥାନରେ ଥିବା ଦୋକାନ ଗୁଡ଼ିକରେ ଗ୍ରାହକମାନେ ଧାଡ଼ି ଲଗାଇଥିଲେ। ଦୂର ହୋଇଥିଲେ ମଧ୍ୟ ବଅଁରପାଳ, ମହୀଧରପୁର ଓ ଅନ୍ୟ ଉପାନ୍ତ ଅଞ୍ଚଳରେ ଥିବା ମଦ ଦୋକାନରୁ ପେଟି ପେଟି ମଦ ବୋହି ନେଇଥିଲେ। ତେବେ ମଙ୍ଗଳବାର ଯେପରି ବଜାରରେ ଲୋକେ ଗହଳି ନ କରନ୍ତି, ସେ ନେଇ ପ୍ରଶାସନ ସଜାଗ ରହିଛି। ବିଭିନ୍ନ ଛକରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଯାଞ୍ଚକୁ କଡ଼ାକଡ଼ି କରିବେ ବୋଲି ଯୋଜନା ହୋଇଛି।

ଚଢ଼ା ଦର ନେଲେ ଚଢ଼ାଉ
ବଜାରରେ ଭିଡ଼ ବଢ଼ିଯାଇଥିଲା। ଲୋକମାନେ ଅମାନିଆ ହୋଇ କିଣାକିଣି କରିଥିଲେ। ମଙ୍ଗଳବାର ଠାରୁ କୋଭିଡ୍‌ କଟକଣା କଡ଼ାକଡ଼ି କରାଯିବ। ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତି ଛକରେ ପୋଲିସ ସହ ପ୍ରଶାସନିକ ଅଧିକାରୀମାନେ ନିୟୋଜିତ ରହିବେ।
-ବାସୁଦେବ ଶତପଥୀ, ଅନୁଗୋଳ ଉପଜିଲାପାଳ
ଲକ୍‌ଡାଉନର ଲାଭ ମିଳିବନି
୫ ତାରିଖରୁ ଲକ୍‌ଡାଉନ୍‌ ନେଇ ଘୋଷଣା ହୋଇଥିବାରୁ ଭିଡ଼ ବଢ଼ିବ ବୋଲି ପ୍ରଶାସନ ଜାଣିଥିଲା। ହେଲେ ବଜାରରେ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ଘୋର ଅବହେଳା ଦେଖିବାକୁ ମିଳିଲା। ଏପରି ହେଲେ ଲକ୍‌ଡାଉନ୍‌ର ଲାଭ ମିଳିବନି, ବରଂ କରୋନା ସଂକ୍ରମଣ ପୂର୍ବାପେକ୍ଷା ବଢ଼ିଚାଲିବ।
-ସୂର୍ଯ୍ୟ ନାରାୟଣ ବାରିକ, ଅନୁଗୋଳ
ଏପରି ବିକଳ କାହିଁକି
ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ସହ ସୋମବାରରୁ ଶୁକ୍ରବାର ଯାଏ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି କହିଛନ୍ତି। ହେଲେ ଲୋକେ ସେସବୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ଯେପରି ବିକଳିଆ ହୋଇ ବଜାରରୁ ସାମଗ୍ରୀମାନ କିଣି ନେଉଛନ୍ତି, ତାହାକୁ ଦେଖି ଲାଗୁଛି, ଯେପରି ଆଗକୁ ଅନାହାର ପରିସ୍ଥିତି ଆସୁଛି।
-ସମନ୍ବୟ ମିଶ୍ର, ଅନୁଗୋଳ
ଅସାଧୁ ବ୍ୟବସାୟୀଙ୍କ ପାଇଁ ଉତ୍ସବ
ଗତବର୍ଷ ମାର୍ଚ୍ଚରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀମାନଙ୍କ ମନରେ ଭୟ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅସାଧୁ ବ୍ୟବସାୟୀମାନଙ୍କ ପାଇଁ ଏହା ଏକ ସୁଯୋଗ ବା ଉତ୍ସବରେ ପରିଣତ ହୋଇଯାଇଛି। ସେମାନେ ମନଇଚ୍ଛା ମୂଲ୍ୟ ଖାଉଟିଙ୍କଠାରୁ ଆଦାୟ କରୁଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।
-ଉପେନ୍ଦ୍ର କୁମାର ସେଠୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?