କଟ୍‌ନି ପାଇଁ ଚାଲିଛି ମୂଲଚାଲ

ସୋନପୁର,୨୫।୧୨(ମୃତ୍ୟୁଞ୍ଜୟ ଶତପଥୀ): ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ୧୦ତାରିଖରୁ ସୁବର୍ଣ୍ଣପୁର ଜିଲାରେ ଧାନ କିଣା ଆରମ୍ଭ ହୋଇଛି। ବିନିକା ବ୍ଲକର ବିନିକା ଓ ସିଲାଟି ମଣ୍ଡିରୁ ନାମକୁ ମାତ୍ର ଧାନ କିଣାର ଶୁଭାରମ୍ଭ ହୋଇଥିଲା। ୧ ସପ୍ତାହ ପର୍ଯ୍ୟନ୍ତ ଜିଲାର ଅନ୍ୟ ମଣ୍ଡିରେ ଧାନକିଣା ଆରମ୍ଭ ହୋଇ ପାରି ନ ଥିଲା। ଧାନ ଏଫଏକ୍ୟୁ ମାନର ନ ଥିବା କହି ଚାଷୀଙ୍କୁ ଏକ ପ୍ରକାର କଟ୍‌ନି ପାଇଁ ବାଧ୍ୟ କରାଯାଇଥିଲା। ପାକ୍ସ ଓ ଡବ୍ଲ୍ୟୁଏସ୍‌ଏଚ୍‌ଜିଗୁଡିକ ମଣ୍ଡି ଖୋଲି ନ ଥିଲେ। ମିଲର୍ସ ମଣ୍ଡିକୁ ଟ୍ରକ୍‌ ପଠାଇ ନ ଥିଲେ। ଚାଷୀ ଓ ମିଲର୍ସଙ୍କ ମଧ୍ୟରେ କଟ୍‌ନିକୁ ନେଇ ଆଲୋଚନା ପାଇଁ ପ୍ରଶାସନ ଏକ ପ୍ରକାର ସୁଯୋଗ ଦେଇଥିଲା। କୁଇଣ୍ଟାଲ ପ୍ରତି ୨ରୁ ଅଢେଇ କିଲୋ କଟ୍‌ନି ପାଇଁ ଚାଷୀ ରାଜି ହେବା ପରେ ମଣ୍ଡି ଖୋଲିଥିଲା। କିନ୍ତୁ ଧାନକିଣାର ୧୪ ଦିନ ବିତି ଯାଇଥିଲେ ମଧ୍ୟ ଜିଲାରେ ଧାନ କିଣା ସ୍ବାଭାବିକ ହୋଇପାରିନି।
ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜିଲାର ୬ଟି ମଣ୍ଡିରେ ଧାନକିଣା ଆରମ୍ଭ ହୋଇନି। ଟାର୍ଗେଟ୍‌ ପାଇଥିବା ମିଲର୍ସ ଓ ଅଞ୍ଚଳର ଚାଷୀଙ୍କ ମଧ୍ୟରେ କଟ୍‌ନି ପାଇଁ ମୁଲଚାଲ ଜାରି ରହିଛି। ଚାଷୀ ୨କିଲୋ କଟ୍‌ନି ପାଇଁ ରାଜି ଥିବା ବେଳେ ମିଲର୍ସ ଅଢେଇ କିଲୋ କଟ୍‌ନି ପାଇଁ ଜିଦ୍‌ ଧରିଛନ୍ତି। ଏଭଳି ସମସ୍ୟାକୁ ନେଇ ଡୁଙ୍ଗୁରିପାଲି ବ୍ଲକର ସାରସମାଲଠାରେ ଶତାଧିକ ଚାଷୀ ରାମପୁର-ବରପାଲି ମୁଖ୍ୟରାସ୍ତାକୁ ସନ୍ଧ୍ୟା ପର୍ଯ୍ୟନ୍ତ ଅବରୋଧ କରିଥିଲେ। ମଣ୍ଡିରେ ୮ ହଜାର ବସ୍ତା ଧାନ ପଡି ରହିଥିଲା ବେଳେ ଟାର୍ଗେଟ୍‌ ପାଇଥିବା ମିଲର ଟ୍ରକ୍‌ ପଠାଉ ନ ଥିଲେ। ତେବେ ମୁଲ୍‌ଚାଲ ଚୂଡାନ୍ତ ହେବା ପରେ ସନ୍ଧ୍ୟାରେ ଏହି ମଣ୍ଡିରୁ ଧାନ ଉଠିଛି। ସେହିଭଳି ସୋନପୁର ବ୍ଲକର ବିଶିମୁଣ୍ଡା, ବୈଦ୍ୟନାଥ, ନାରାୟଣପୁର, ତରଭା ବ୍ଲକର ତରଭା, ପୁଆ ଓ ଉଲୁଣ୍ଡା ବ୍ଲକର ଉଲୁଣ୍ଡା ମଣ୍ଡିରେ ଧାନ କିଣା ଆରମ୍ଭ ହୋଇନି। କଟ୍‌ନି ପାଇଁ ଚାଷୀ ରାଜି ହେଉ ନ ଥିବାରୁ ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଧାନ ଏଫଏକ୍ୟୁ ମାନର ନ ଥିବା ମିଲର୍ସ ଦର୍ଶାଉଛନ୍ତି। ଅନ୍ୟପକ୍ଷେ ଲଘୁଚାପ ପ୍ରଭାବରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢିଛି।
ଜିଲାର ଭାତହାଣ୍ଡି କୁହାଯାଉଥିବା ଜଳସେଚିତ ଡୁଙ୍ଗୁରିପାଲି ଓ ବିନିକା ବ୍ଲକରେ ଏ ପର୍ଯ୍ୟନ୍ତ ସମସ୍ତ ମଣ୍ଡି ଖୋଲି ପାରିନି। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି। ମିଲର୍ସ ମାନେ ଏଫ୍‌ସିଆଇ୍‌ୁ ଚାଉଳ ଦେଉ ଥିବାରୁ ମଣ୍ଡିକୁ ଟ୍ରକ୍‌ ପଠାଉ ନଥିବା ଅଭିଯୋଗ ହେଉଛି। ଏହି ସବୁ ଅଞ୍ଚଳର ଚାଷୀମାନେ ଧାନ ଅମଳ ପରେ ମିଲ୍‌କୁ ସିଧାସଳଖ ଧାନ ପଠାଉଥିଲେ। ସୁବିଧା ଦେଖି ପାକ୍ସ ଓ ଡବ୍ଲ୍ୟୁଏସ୍‌ଏଚ୍‌ଜିଗୁଡିକ ସେଗୁଡିକୁ ଏଣ୍ଟ୍ରି କରୁଥିଲେ। ତେବେ ମଣ୍ଡିରେ ସିସିଟିଭି ଲାଗିବା ଓ ମଣ୍ଡି ଅଫିସର ନିଯୁକ୍ତି କାରଣରୁ ପାକ୍ସ ଓ ଡବ୍ଲ୍ୟୁଏସ୍‌ଏଚ୍‌ଜି ଗୁଡିକ ଫଲ୍ସ ଏଣ୍ଟ୍ରି କରି ରିସ୍କ ନେବାକୁ ଚାହୁଁନାହାନ୍ତି। ଚଳିତ ଥର ଧାନ କିଣା ମନ୍ଥର ଗତିରେ ଚାଲିବାର ଏହା ଏକ ପ୍ରମୁଖ କାରଣ ବୋଲି ଆଲୋଚନା ହେଉଛି। ଜିଲାର ମୋଟ ୯୪ ମଣ୍ଡିରୁ ୮୮ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି। ୩୭୩୭ ଚାଷୀ ୧ଲକ୍ଷ ୯୩ହଜାର ୧୪କୁଇଣ୍ଟାଲ ୮୮କିଲୋ ଧାନ ବିକ୍ରି କରିଛନ୍ତି। ରାଜ୍ୟ ସରକାର ଚଳିତ ବର୍ଷ ବିନା କଟ୍‌ନି ଛଟ୍‌ନିରେ ଚାଷୀଙ୍କ ନିକଟରୁ ଧାନ କ୍ରୟ ପାଇଁ ଘୋଷଣା କରିଥିଲେ। ଚାଷୀମାନେ କୁଇଣ୍ଟାଲ ପ୍ରତି ୩୧୦୦ଟଙ୍କା ପାଇବା ନେଇ ଖୁସି ହୋଇଥିଲେ। ବାସ୍ତବ ପକ୍ଷେ ଏହା ସମ୍ଭବ ହୋଇପାରିନି। ପ୍ରଶାସନର କୋହଳ ମନୋଭାବ ଯୋଗୁଁ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡୁଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?