କଟ୍‌ନି ପାଇଁ ଚାଲିଛି ମୂଲଚାଲ

ସୋନପୁର,୨୫।୧୨(ମୃତ୍ୟୁଞ୍ଜୟ ଶତପଥୀ): ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ୧୦ତାରିଖରୁ ସୁବର୍ଣ୍ଣପୁର ଜିଲାରେ ଧାନ କିଣା ଆରମ୍ଭ ହୋଇଛି। ବିନିକା ବ୍ଲକର ବିନିକା ଓ ସିଲାଟି ମଣ୍ଡିରୁ ନାମକୁ ମାତ୍ର ଧାନ କିଣାର ଶୁଭାରମ୍ଭ ହୋଇଥିଲା। ୧ ସପ୍ତାହ ପର୍ଯ୍ୟନ୍ତ ଜିଲାର ଅନ୍ୟ ମଣ୍ଡିରେ ଧାନକିଣା ଆରମ୍ଭ ହୋଇ ପାରି ନ ଥିଲା। ଧାନ ଏଫଏକ୍ୟୁ ମାନର ନ ଥିବା କହି ଚାଷୀଙ୍କୁ ଏକ ପ୍ରକାର କଟ୍‌ନି ପାଇଁ ବାଧ୍ୟ କରାଯାଇଥିଲା। ପାକ୍ସ ଓ ଡବ୍ଲ୍ୟୁଏସ୍‌ଏଚ୍‌ଜିଗୁଡିକ ମଣ୍ଡି ଖୋଲି ନ ଥିଲେ। ମିଲର୍ସ ମଣ୍ଡିକୁ ଟ୍ରକ୍‌ ପଠାଇ ନ ଥିଲେ। ଚାଷୀ ଓ ମିଲର୍ସଙ୍କ ମଧ୍ୟରେ କଟ୍‌ନିକୁ ନେଇ ଆଲୋଚନା ପାଇଁ ପ୍ରଶାସନ ଏକ ପ୍ରକାର ସୁଯୋଗ ଦେଇଥିଲା। କୁଇଣ୍ଟାଲ ପ୍ରତି ୨ରୁ ଅଢେଇ କିଲୋ କଟ୍‌ନି ପାଇଁ ଚାଷୀ ରାଜି ହେବା ପରେ ମଣ୍ଡି ଖୋଲିଥିଲା। କିନ୍ତୁ ଧାନକିଣାର ୧୪ ଦିନ ବିତି ଯାଇଥିଲେ ମଧ୍ୟ ଜିଲାରେ ଧାନ କିଣା ସ୍ବାଭାବିକ ହୋଇପାରିନି।
ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜିଲାର ୬ଟି ମଣ୍ଡିରେ ଧାନକିଣା ଆରମ୍ଭ ହୋଇନି। ଟାର୍ଗେଟ୍‌ ପାଇଥିବା ମିଲର୍ସ ଓ ଅଞ୍ଚଳର ଚାଷୀଙ୍କ ମଧ୍ୟରେ କଟ୍‌ନି ପାଇଁ ମୁଲଚାଲ ଜାରି ରହିଛି। ଚାଷୀ ୨କିଲୋ କଟ୍‌ନି ପାଇଁ ରାଜି ଥିବା ବେଳେ ମିଲର୍ସ ଅଢେଇ କିଲୋ କଟ୍‌ନି ପାଇଁ ଜିଦ୍‌ ଧରିଛନ୍ତି। ଏଭଳି ସମସ୍ୟାକୁ ନେଇ ଡୁଙ୍ଗୁରିପାଲି ବ୍ଲକର ସାରସମାଲଠାରେ ଶତାଧିକ ଚାଷୀ ରାମପୁର-ବରପାଲି ମୁଖ୍ୟରାସ୍ତାକୁ ସନ୍ଧ୍ୟା ପର୍ଯ୍ୟନ୍ତ ଅବରୋଧ କରିଥିଲେ। ମଣ୍ଡିରେ ୮ ହଜାର ବସ୍ତା ଧାନ ପଡି ରହିଥିଲା ବେଳେ ଟାର୍ଗେଟ୍‌ ପାଇଥିବା ମିଲର ଟ୍ରକ୍‌ ପଠାଉ ନ ଥିଲେ। ତେବେ ମୁଲ୍‌ଚାଲ ଚୂଡାନ୍ତ ହେବା ପରେ ସନ୍ଧ୍ୟାରେ ଏହି ମଣ୍ଡିରୁ ଧାନ ଉଠିଛି। ସେହିଭଳି ସୋନପୁର ବ୍ଲକର ବିଶିମୁଣ୍ଡା, ବୈଦ୍ୟନାଥ, ନାରାୟଣପୁର, ତରଭା ବ୍ଲକର ତରଭା, ପୁଆ ଓ ଉଲୁଣ୍ଡା ବ୍ଲକର ଉଲୁଣ୍ଡା ମଣ୍ଡିରେ ଧାନ କିଣା ଆରମ୍ଭ ହୋଇନି। କଟ୍‌ନି ପାଇଁ ଚାଷୀ ରାଜି ହେଉ ନ ଥିବାରୁ ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଧାନ ଏଫଏକ୍ୟୁ ମାନର ନ ଥିବା ମିଲର୍ସ ଦର୍ଶାଉଛନ୍ତି। ଅନ୍ୟପକ୍ଷେ ଲଘୁଚାପ ପ୍ରଭାବରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢିଛି।
ଜିଲାର ଭାତହାଣ୍ଡି କୁହାଯାଉଥିବା ଜଳସେଚିତ ଡୁଙ୍ଗୁରିପାଲି ଓ ବିନିକା ବ୍ଲକରେ ଏ ପର୍ଯ୍ୟନ୍ତ ସମସ୍ତ ମଣ୍ଡି ଖୋଲି ପାରିନି। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି। ମିଲର୍ସ ମାନେ ଏଫ୍‌ସିଆଇ୍‌ୁ ଚାଉଳ ଦେଉ ଥିବାରୁ ମଣ୍ଡିକୁ ଟ୍ରକ୍‌ ପଠାଉ ନଥିବା ଅଭିଯୋଗ ହେଉଛି। ଏହି ସବୁ ଅଞ୍ଚଳର ଚାଷୀମାନେ ଧାନ ଅମଳ ପରେ ମିଲ୍‌କୁ ସିଧାସଳଖ ଧାନ ପଠାଉଥିଲେ। ସୁବିଧା ଦେଖି ପାକ୍ସ ଓ ଡବ୍ଲ୍ୟୁଏସ୍‌ଏଚ୍‌ଜିଗୁଡିକ ସେଗୁଡିକୁ ଏଣ୍ଟ୍ରି କରୁଥିଲେ। ତେବେ ମଣ୍ଡିରେ ସିସିଟିଭି ଲାଗିବା ଓ ମଣ୍ଡି ଅଫିସର ନିଯୁକ୍ତି କାରଣରୁ ପାକ୍ସ ଓ ଡବ୍ଲ୍ୟୁଏସ୍‌ଏଚ୍‌ଜି ଗୁଡିକ ଫଲ୍ସ ଏଣ୍ଟ୍ରି କରି ରିସ୍କ ନେବାକୁ ଚାହୁଁନାହାନ୍ତି। ଚଳିତ ଥର ଧାନ କିଣା ମନ୍ଥର ଗତିରେ ଚାଲିବାର ଏହା ଏକ ପ୍ରମୁଖ କାରଣ ବୋଲି ଆଲୋଚନା ହେଉଛି। ଜିଲାର ମୋଟ ୯୪ ମଣ୍ଡିରୁ ୮୮ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି। ୩୭୩୭ ଚାଷୀ ୧ଲକ୍ଷ ୯୩ହଜାର ୧୪କୁଇଣ୍ଟାଲ ୮୮କିଲୋ ଧାନ ବିକ୍ରି କରିଛନ୍ତି। ରାଜ୍ୟ ସରକାର ଚଳିତ ବର୍ଷ ବିନା କଟ୍‌ନି ଛଟ୍‌ନିରେ ଚାଷୀଙ୍କ ନିକଟରୁ ଧାନ କ୍ରୟ ପାଇଁ ଘୋଷଣା କରିଥିଲେ। ଚାଷୀମାନେ କୁଇଣ୍ଟାଲ ପ୍ରତି ୩୧୦୦ଟଙ୍କା ପାଇବା ନେଇ ଖୁସି ହୋଇଥିଲେ। ବାସ୍ତବ ପକ୍ଷେ ଏହା ସମ୍ଭବ ହୋଇପାରିନି। ପ୍ରଶାସନର କୋହଳ ମନୋଭାବ ଯୋଗୁଁ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡୁଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri