ନିବେଶକଙ୍କୁ ନିରାଶ କରୁଛି ବଜାର

ନୂଆଦିଲ୍ଲୀ,୧୩।୩ : ଗତ କିଛି ମାସ ହେବ ଭାରତୀୟ ଶେୟାର ବଜାରର ଫଳାଫଳ ନିବେଶକମାନଙ୍କୁ ନିରାଶ କରୁଛି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା କାରଣରୁ ଦଲାଲ ଷ୍ଟ୍ରିଟରେ ମାନ୍ଦାବସ୍ଥା ଜାରି ରହିଛି। ଯାହାର ପ୍ରଭାବ ଶେୟାର ବଜାର କାରବାରରେ ପ୍ରତିଫଳିତ ହେଉଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏପରିକି ଚଳିତ ସପ୍ତାହର କାରବାର ପରେ ଦେଶର ଶ୍ରେଷ୍ଠ ୧୦ କମ୍ପାନି ମଧ୍ୟରୁ ୮କମ୍ପାନୀର କାରବାର ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ୨ଟି କମ୍ପାନୀ ବିଶେଷ ଲାଭବାନ ହୋଇଛନ୍ତି।

ବିଶେଷ କରି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆରଆଇଏଲ), ଟାଟା କନସଲଟାଣ୍ଟ ସର୍ଭିସେସ(ଟିସିଏସ), ଏଚଡିଏଫସି ବ୍ୟାଙ୍କ, ଇନଫୋସିସ, ଆଇସିଆଇସିଆଇ ବ୍ୟାଙ୍କ, ହୁନ୍ଦୁସ୍ଥାନ ୟୁନି ଲିଭର (ଏଚୟୁଏଲ), ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏବଂ ଏଚଡିଏଫସି ଭଳି ୮ କମ୍ପାନୀର ମିଳିତ ସମ୍ପତ୍ତି ଗତ ସପ୍ତାହରେ ୧,୦୩,୭୩୨.୩୯ କୋଟି ଟଙ୍କା ହ୍ରାସ ଘଟିଥିବା ଜଣାପଡିଛି।

ଏପରିକି ଭାରତୀ ଏୟାରଟେଲ ଏବଂ ଆଇଟିସି ଭଳି କମ୍ପାନୀର ବଜାର ପୁଞ୍ଜିରେ ଅଭିବୃଦ୍ଧି ଘଟିଛି। ଏପରିକି ଉପରୋକ୍ତ ୮ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସର୍ବାଧିକ କ୍ଷତି ସହିଥିବା ବେଳେ ଭାରତୀ ଏୟାରଟେଲ ସର୍ବାଧିକ ଲାଭ ହାସଲ କରିଥିବା ବଜାର କାରବାର ସବିଶେଷ ସୂଚନାରୁ ଜଣାପଡିଛି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସରେ ପ୍ରାୟ ୬୭୪ (୬୭୩.୮୪) ପଏଣ୍ଟ ହ୍ରାସ ଘଟିଥିଲା। ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ୍‌ ଏବଂ ଆଇଟିସିକୁ ଛାଡି ଅନ୍ୟ ଆଠ କମ୍ପାନିର ବଜାର ମୂଲ୍ୟ ହ୍ରାସ ପାଇଛି। ଏପରିକି ଶୀର୍ଷ ୧୦କମ୍ପାନି ମଧ୍ୟରୁ ଆରଆଇଏଲକୁ ସବୁଠୁ ଅଧିକ କ୍ଷତି ହୋଇଛି। ବିଶେଷ କରି ଏହାର ବଜାର ମୂଲ୍ୟ ୪୧,୮୭୮.୩୭ କୋଟି ଟଙ୍କା ହ୍ରାସ ୧୫,୭୧,୭୨୪.୨୬ କୋଟି ଟଙ୍କାରେ ରହିଛି। ସେହିଭଳି ଆଇସିଆଇସିଆଇ ବ୍ୟାଙ୍କର ବଜାର ମୂଲ୍ୟ ୧୮,୧୩୪.୭୩ କୋଟି ଟଙ୍କା ହ୍ରାସ ହୋଇ ୫,୮୮,୩୭୯.୯୮ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ଏଚଡିଏଫସି ବ୍ୟାଙ୍କ ବଜାର ମୂଲ୍ୟ ୧୫,୦୦୭.୩୮ କୋଟି ହ୍ରାସ ଘଟି ୮,୮୬,୩୦୦.୨୦ କୋଟି ଟଙ୍କା ଏବଂ ଏସବିଆଇରେ ୧୨,୩୬୦.୫୯ କୋଟି ଟଙ୍କା ହ୍ରାସ ସହ ୪,୮୮.୩୯୯.୩୯ କୋଟିରେ ରହିଛି।

ଅପରପକ୍ଷରେ ଭାରତୀ ଏୟାରଟେଲର ବଜାର ପୁଞ୍ଜି ୫,୦୭୧.୯୯ କୋଟି ଟଙ୍କା ବୃଦ୍ଧି ଘଟି ୪,୩୧,୨୩୦.୫୧ କୋଟି ଟଙ୍କା ହୋଇଥିବା ବେଳେ ଆଇଟିସିର ବଜାର ପୁଞ୍ଜିରେ ୪,୦୩୬.୨ କୋଟି ଟଙ୍କା ବଢି ୪,୮୧,୯୨୨.୩୩ କୋଟି ଟଙ୍କାରେ ପହଞ୍ଚତ୍ଛି। ସୂଚନାଯୋଗ୍ୟ, ବର୍ତ୍ତମାନ ମଧ୍ୟ ଭାରତର ସବୁଠୁ ମୂଲ୍ୟବାନ କମ୍ପାନି ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ପ୍ରଥମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri