ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର,୧।୮ (ବ୍ୟୁରୋ): ରାଜଧାନୀର ପ୍ରମୁଖ ବଜାର ୟୁନିଟ-୨ ମାର୍କେଟ ବିଲ୍ଡିଂରେ କିଛିଦିନର ବ୍ୟବଧାନ ପରେ ପୁଣିଥରେ ଉଠାଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ ହୋଇଛନ୍ତି। ରବିବାର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ଲାଗି ରହିଥିଲା। ଏହାପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟକୁ ବନ୍ଦ ଘୋଷଣା କରିଛି ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏଶନ।
ଉଠା ଦୋକାନୀଙ୍କୁ ନେଇ ମାର୍କେଟ ବିଲ୍ଡିଂରେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ସେମାନଙ୍କ ପାଇଁ ବଜାର ଗହଳି ଓ ଆବର୍ଜନାମୟ ହେବା ସହ ସ୍ଥାୟୀ ଦୋକାନ କରିଥିବା ବ୍ୟବସାୟୀମାନେ ବ୍ୟବସାୟ କରିପାରୁ ନାହାନ୍ତି। ତେଣୁ ଦୀର୍ଘବର୍ଷ ହେବ ଉକ୍ତ ବ୍ୟବସାୟୀମାନେ ଉଠା ଦୋକାନୀଙ୍କୁ ବିରୋଧ କରି ଆସୁଛନ୍ତି। ଏପରିକି ପୂର୍ବରୁ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଏକାଧିକଥର ବଜାର ବନ୍ଦ କରିଛନ୍ତି। ହେଲେ ଉଠା ଦୋକାନୀଙ୍କୁ ବାରମ୍ବାର ଉଠା ଯାଉଥିଲେ ମଧ୍ୟ ପୁଣି ସେମାନେ ଅସାମାଜିକ ଗୋଷ୍ଠୀ ସହାୟତାରେ ଜବରଦଖଲ କରି ବେପାର କରୁଛନ୍ତି। ଗତ ଜୁଲାଇ ୨୪ରେ ବିଏମ୍‌ସି କମିଶନର ଓ ମେୟର ମାର୍କେଟ ବିଲ୍ଡିଂ ବୁଲି ଯାଞ୍ଚ କରୁଥିବାବେଳେ ଉଠାଦୋକାନୀଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେମାନେ ସେଠାରୁ ଉଠି ଯାଇଥିଲେ। ମାତ୍ର ସପ୍ତାହେ ନ ପୂରୁଣୁ ରବିବାର ଉଠାଦୋକାନୀମାନେ ପୁଣି ସେମାନଙ୍କ ସାମଗ୍ରୀ ଧରି ମାର୍କେଟରେ ପହଞ୍ଚତ୍ଥିଲେ। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଫଳରେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। କଥା କଟାକଟି ହେବା ସହିତ ଠେଲାପେଲାରୁ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଖବରପାଇ କ୍ୟାପିଟାଲ ଥାନା ପୋଲିସ ପହଞ୍ଚତ୍ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଘଟଣାକୁ ନେଇ ଉଭୟ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ସଂଘ କହିଛି ଯେ, ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ସ୍ଥାୟୀ ଭାବେ ଉଚ୍ଛେଦ କରା ନ ଯିବା ଯାଏ ମାର୍କେଟ ବନ୍ଦ ରହିବ। ମାର୍କେଟରେ ଯେପରି ଉଠା ଦୋକାନୀ ଆଉ ଥରେ ବେପାର ଆରମ୍ଭ ନ କରନ୍ତି, ସେଥିପାଇଁ ବିଏମ୍‌ସିର ଏକ ମନିଟରିଂ ଟିମ୍‌ ନିୟମିତ ଏହା ଉପରେ ଦୃଷ୍ଟି ରଖୁ ବୋଲି ଦାବି କରାଯାଇଛି।
ସୂଚନାଯୋଗ୍ୟ, ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏଶନ ଉଠାଦୋକାନୀଙ୍କ ଜବରଦଖଲକୁ ବିରୋଧ କରିବା ସହ ଏନେଇ ବିଏମ୍‌ସି ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଛି। ଏଥିପାଇଁ ଗତ ଜାନୁୟାରୀ ୪ରୁ ୪ଦିନ ଧରି ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା। ଏହାର କିଛିଦିନ ପରେ ଏହି ବିବାଦ ପୁଣିଥରେ ଫେବୃୟାରୀ ମାସରେ ମୁଣ୍ଡ ଟେକିଥିଲା। ପ୍ରତିବାଦ ସ୍ବରୂପ ସଂଘ ପକ୍ଷରୁ ମାର୍କେଟରୁ ୪ଦିନ ଅଳିଆ ଉଠିବା ବନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

ଯୁବା ବିଧାୟିକାଙ୍କୁ ରଗାଇଦେଲେ ସଞ୍ଜୟ: କହୁକହୁ ଗୁମର ଖୋଲି ପକାଇଲେ ଉପାସନା

ଭୁବନେଶ୍ୱର,୧୬।୧୨: ପୁରୀ ଜିଲା ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ସଞ୍ଜୟ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

କିଏ ସେ ପ୍ରଶାନ୍ତ ବୀର? ୧୪ କୋଟିରୁ ଅଧିକ ଦେଇ CSK କିଣିବା ପରେ ବଢୁଛି ଚର୍ଚ୍ଚା…ଧୋନୀ କରିଦେଲେ …

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିଅର୍‌ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri