Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ବଡ଼ ଝଟ୍‌କା: ଏହି ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଲେ…

ଜୋହାନ୍ସବର୍ଗ,୧୩।୯: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହାର ଠିକ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଦଳ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା। ଏଭଳିସ୍ଥିତିରେ ଏବେ ଦଳ ବିଶ୍ୱକପ୍‌ ପ୍ରସ୍ତୁତି କରିବାର ଥିଲା। ହେଲେ ବାଉଚର ଇସ୍ତଫା ଦେଇ ଦଳକୁ ଅଡ଼ୁଆରେ ପକାଇଛନ୍ତି।

ବାଉଚରଙ୍କ ଇସ୍ତଫାକୁ ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ କହିଛି, ‘ଦଳର ହେଡ୍‌ କୋଚ୍‌ ମାର୍କ ବାଉଚର ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ପଦରୁ ଇସ୍ତଫା ଦେବେ। ସେ ନିଜର ଭବିଷ୍ୟତ ଏବଂ ବ୍ୟକ୍ତିଗତ କାରଣକୁ ନେଇ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ବୋର୍ଡ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି। ଭବିଷ୍ୟତର ନୂଆ ସମ୍ଭାବନା ଲାଗି ବାଉଚରଙ୍କୁ ଶୁଭକାମନା। ’

Share