Posted inଜାତୀୟ

ବୈବାହିକ ବଳାତ୍କାର ନୁହେଁ ଅପରାଧ, ସ୍ବାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ…

ପ୍ରୟାଗରାଜ,୯।୧୨ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯଦି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ ଅଧିକ ତେବେ ବୈବାହିକ ବଳାତ୍କାରକୁ ଭାରତୀୟ ଦଣ୍ଡବିଧି (ଆଇପିସି) ଅନୁଯାୟୀ ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ। ସ୍ତ୍ରୀଙ୍କ ବିରୋଧରେ ଅପ୍ରାକୃତିକ ଅପରାଧ କରିଥିବା ସ୍ବାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

ଏହି ମାମଲାରେ ଅଭିଯୁକ୍ତଙ୍କୁ ଆଇପିସିର ଧାରା ୩୭୭ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ବିଚାର କରି ଜଷ୍ଟିସ ରାମ ମନୋହର ନାରାୟଣ ମିଶ୍ର କହିଛନ୍ତି ଯେ ବୈବାହିକ ବଳାତ୍କାର ଏପର୍ଯ୍ୟନ୍ତ ଭାରତରେ ଅପରାଧ ଭାବେ ପରିଗଣିତ ହୋଇନାହିଁ।

ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ବୈବାହିକ ବଳାତ୍କାରକୁ ଅପରାଧିକ କରିବାକୁ ଚାହୁଁଥିବା ଆବେଦନଗୁଡିକ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି, ଯେପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ବିଚାର ନ କରିଛନ୍ତି, ଯେପର୍ଯ୍ୟନ୍ତ ସ୍ତ୍ରୀଙ୍କର ବୟସ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ନ ହୋଇଛି ସେପର୍ଯ୍ୟନ୍ତ ଏହା କୌଣସି ଅପରାଧ ହେବ ନାହିଁ।

ମଧ୍ୟପ୍ରଦେଶ ହାଇକୋର୍ଟଙ୍କର ପୂର୍ବ ରାୟକୁ ସମର୍ଥନ କରି ଆହ୍ଲାବାଦ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ବେୈବାହିକ ସମ୍ପର୍କରେ ଅପରାଧର ସ୍ଥାନ ନାହିଁ।

ଅଭିଯୋଗକାରୀ ତାଙ୍କ ପିଟିଶନରେ ଅଭିଯୋଗ କରିଥିଲେ ସେମାନଙ୍କ ବିବାହ ଏକ ଅପମାନଜନକ ସମ୍ପର୍କ ଏବଂ ସ୍ବାମୀ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଜୋରଜବରଦସ୍ତ ତାଙ୍କ ସହ ଅସ୍ବାଭାବିକ ଯୌନ ସମ୍ପର୍କ ରଖିଥିଲେ।

କୋର୍ଟ ଧାରା ୪୯୮-ଏ ଏବଂ ଆଇପିସି ୩୨୩ ଅନ୍ତର୍ଗତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଧାରା ୩୭୭ ଅନୁଯାୟୀ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ବଳାତ୍କାରର ସ୍ଥାନ ନାହିଁ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri