ବଢୁଛି ଆନ୍ତଃ ରାଜ୍ୟ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ

ବସ୍ତା, ୭।୭(ଡି.ଏନ.ଏ.)-ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଜିଲା ଅଧୀନ ବସ୍ତା, ବାଲିଆପାଳ, ଜଳେଶ୍ୱର ଅଞ୍ଚଳରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ଅପରାଧୀମାନେ ଯୋଜନାବଦ୍ଧ ଭାବେ ଅପରାଧ ଘଟାଇ ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଆଶ୍ରୟ ନେଉଛନ୍ତି। ବାରମ୍ବାର ଧରାପଡ଼ିଲେ ମଧ୍ୟ ସେମାନଙ୍କର ନେଟ୍‌ୱର୍କ ସକ୍ରିୟ ରହୁଥିବାରୁ ଘଟଣାରେ ସମ୍ପୃକ୍ତ ରହୁଛନ୍ତି। ଗତ ଜାନୁୟାରୀ ଓ ଫେବୃୟାରୀରେ ଚୋରି, ଛିନ୍‌ତାଇ ଓ ଡକାୟତି ମାମଲାରେ ୪ଜଣଙ୍କୁ ବସ୍ତା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଅଧିକ ତଦନ୍ତ ପାଇଁ ପଡୋଶୀ ରାଜ୍ୟ ପକ୍ଷରୁ ସହଯୋଗ ମିଳୁ ନ ଥିବାରୁ ପୋଲିସକୁ ନିରାଶ ହେବାକୁ ପଡୁଛି। ଉକ୍ତ ର଼୍ୟାକେଟ୍‌ର ଆଉ ୪ଜଣ ଡକାୟତଙ୍କୁ ଗତ ରବିବାର ବସ୍ତା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବାଲେଶ୍ୱର ସଦର ଥାନା ଅଞ୍ଚଳର ମନୋଜ କୁମାର ନାୟକ (୨୦), ବାରିପଦା ଟାଉନ ଥାନା ଅଞ୍ଚଳର ସେକ ସଲିମ (୨୦), ସେକ ସାହିଲ (୧୯) ଏବଂ ଝାଡ଼ଖଣ୍ଡର ଘମରିଆ ଥାନା ଅଞ୍ଚଳର ମହମ୍ମଦ ଇମତାଜ ଆଲାମ (୨୮)। ତେବେ ଏହି ର଼୍ୟାକେଟ୍‌ରେ ଅନ୍ୟ ୨ଜଣ ଫେରାର ଥିବା ଜଣାପଡ଼ିଛି।
ବସ୍ତା ଥାନା ଅଧୀନ ୬୦ନଂ. ଜାତୀୟ ରାଜପଥର ମଥାନୀ ନିକଟରୁ ଗତ ଜୁନ୍‌ ୨୬ ତାରିଖରେ ଏକ କାର୍‌ (ନଂ. ଡବ୍ଲ୍ୟୁବି୬୮ୟୁ-୪୮୪୮) ଚୋରି ହୋଇଯାଇଥିଲା। ଏନେଇ ଗାଡ଼ି ମାଲିକ ସୁଜିତ ସେନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଏହି ଚୋରି ର଼୍ୟାକେଟ୍‌କୁ ଧରିବା ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହି ର଼୍ୟାକେଟ୍‌ରେ ଚେର ବାହାର ରାଜ୍ୟକୁ ଲମ୍ବିଥିବା ତଦନ୍ତ ବେଳେ ଜଣାପଡ଼ିବା ପରେ ବସ୍ତା ଥାନା ଆଇଆଇସି ମାନସ କୁମାର ଦେଓଙ୍କ ସମେତ ୨ଜଣ ଏସ୍‌ଆଇ ଓ ୪ଜଣ କନଷ୍ଟେବଳଙ୍କ ସହ ଏକ ପୋଲିସ ଟିମ୍‌ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରା ଗାଡ଼ି ସହ ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ଏହି ର଼୍ୟାକେଟ୍‌ରେ ବିଭିନ୍ନ ରାଜ୍ୟରୁ ଡକାୟତଙ୍କ ସମ୍ପୃକ୍ତି ଥିବା ପୋଲିସ ଅନୁମାନ କରିଛି। ଅଧିକ ତଥ୍ୟ ପାଇଁ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ଆଣିବ ବୋଲି ବସ୍ତା ଏସ୍‌ଡ଼ିପିଓ ଜଳଧର ଜାଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଅବକାରୀ ବିଭାଗର ନୂଆ ଗାଇଡଲାଇନ: ଏଣିକି ଏମିତି ମିଳିବ ମଦ

ଭୁବନେଶ୍ୱର,୩।୪: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri