ବିମାନବନ୍ଦରରୁୁ ପୁଣି ୮କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର,୪।୧(ତ୍ରିନାଥ ମହାନ୍ତି): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି। ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳ(ଡିଆର୍‌ଆଇ) ଯାଞ୍ଚ କରିଥିଲା। ଯାଞ୍ଚ ପରେ ତାଙ୍କ ଲଗେଜରୁ ୪ଟି ପ୍ୟାକେଟରୁ ୮କେଜିର ମାରିଜୁଆନା ଜବତ କରାଯାଇଥିଲା। ବ୍ୟାଙ୍କ୍‌କକ୍‌ରୁ ଏହି ମାରିଜୁଆନା ଆଣିଥିବା ପଚରାଉଚରା ବେଳେ ଜଣାପଡ଼ିଛି। ସେ ରାଜଧାନୀର କାହାପାଖକୁ ଚାଲାଣ କରୁଥିଲେ ତାହା ଜଣାପଡ଼ି ନାହିଁ। ବିଶେଷକରି ବଡ଼ ବଡ଼ ହୋଟେଲକୁ ଏହି ବିଦେଶୀ ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ହୋଟେଲକୁ ଆସୁଥିବା ବିଦେଶୀ ନାଗରିକ ଏବଂ ଧନୀକ ଶ୍ରେଣୀର ଲୋକ ଏହି ମାରିଜୁଆନାକୁ ନେଇଥାନ୍ତି। ବ୍ୟାଙ୍କ୍‌କ, ଥାଇଲାଣ୍ଡ ଆଦି ସ୍ଥାନରେ ଏହି ବିଦେଶୀ ଗଞ୍ଜେଇ ମିଳିଥାଏ। ସେଠାରେ ନିଶା ମାଫିଆମାନେ ଏକ ର଼୍ୟାକେଟ୍‌ କରି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅନ୍ୟ ସହରକୁ ପଠାଇଥାନ୍ତି। ଯେଉଁ ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥା ଢିଲା ରହିଥାଏ ଉକ୍ତ ସହରକୁ ନିଶା ମାଫିଆମାନେ ଟାର୍ଗେଟ କରିଥାନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ନିଶା ମାଫିଆମାନେ ଟାର୍ଗେଟ କରୁଛନ୍ତି। ସେମାନେ ହ୍ୱାଟ୍ସଆପ୍‌ ମାଧ୍ୟମରେ ଡିଲ୍‌ କରିଥାନ୍ତି। ଗଞ୍ଜେଇ ବିମାନରେ ଚାଲାଣ ପାଇଁ ତାଙ୍କୁ ୩୦ପ୍ରତିଶତ ଟଙ୍କା ମିଳିଥାଏ। ବିମାନ ଟିକେଟ ସହ ଅଗ୍ରିମ ଆକାରରେ ଟଙ୍କା ମିଳିବା ପରେ ସେ ଚାଲାଣ କରିଥାନ୍ତି। ବିଶେଷକରି ଚାଲାଣକାରୀ ର଼୍ୟାକେଟର କୌଣସି ବ୍ୟକ୍ତିଙ୍କୁ ଜାଣି ନ ଥାନ୍ତି। ଫୋନ୍‌ରେ ଡିଲ୍‌ ହେବାପରେ ଅନ୍ୟଜଣେ ବ୍ୟକ୍ତି ଆସି ବିମାନ ବନ୍ଦର ବାହାରୁ ମାରିଜୁଆନା ଦେବା ପରେ ପଳାଇଯାଇଥାନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ୱା ପରେ ଏଠାରେ ଥିବା ବ୍ୟକ୍ତି ରିସିଭ୍‌ କରି ନେଇଥାନ୍ତି। ର଼୍ୟାକେଟ୍‌ରେ ଥିବା ବ୍ୟକ୍ତିମାନେ କେହି କାହାକୁ ଜାଣି ନ ଥାନ୍ତି ବୋଲି ଡିଆର୍‌ଆଇ ତଦନ୍ତରୁ ଜଣାପଡ଼ିଛି। ମାତ୍ର ୫ଦିନରେ ୩ ଥର ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଗତ ଡିସେମ୍ୱର ୩୦ ଏବଂ ୩୧ ତାରିଖରେ ମଧ୍ୟ ବିମାନ ବନ୍ଦରରୁ ମାରିଜୁଆନା ଧରା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri