କନ୍ଧମାଳରୁ ହେଉଥିଲା ଗଞ୍ଜେଇ ଚାଲାଣ: ବାଟରେ ମାଡ଼ି ବସିଲା ପୋଲିସ,ଆଉ ତା’ପରେ…

ବାଲିଗୁଡ଼ା,୯ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପାଟ୍ରୋଲିଂ କରୁଥିବା ବେଳେ ଏକ କାର୍‌ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୨୩ କି.ଗ୍ରା ଗଞ୍ଜେଇ ଜବତ କରିଛି।

କାର୍‌ରେ ବିହାରକୁ ଗଞ୍ଜେଇ ଚାଲାଣ କରୁଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲାର ପପୁ ରସ୍ତୋଗୀ, ଆଚ୍ଛେ ଲାଲ ସରୋଜ ଓ ସନ୍ଦୀପ କୁମାର ପ୍ରଜାପତି।

ପୋଲିସ କାର ସହ ଗଞ୍ଜେଇ ଜବତ କରିଛି। ଏ ନେଇ ବାଲିଗୁଡ଼ା ଥାନାରେ ଏକ ମାମଲା(ନଂ.୧୪୩/୨୬) ରୁଜୁ ହୋଇଛି। ଗଞ୍ଜେଇ କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶିବ ଶଙ୍କର ସିଂ ସୂଚନା ଦେଇଛନ୍ତି।

Share