ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ ହୋଇଥିବା ୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।
ଏ ନେଇ ନଂ. ୨୮୩/୨୫ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, ଖଜୁରୀପଡ଼ା ଥାନା ଅଞ୍ଚଳରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛ ସମ୍ପର୍କରେ ଡ୍ରୋନ କ୍ୟାମେରା, ସାଟେଲାଇଟ୍ରୁ ମିଳୁଥିବା ଫୋଟରୁ ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳଗୁଡିକରେ ମିଳିତ ଚଢାଉ କରୁଛି। ଏପରି ଚଢାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଉଭୟ ବିଭାଗ ପକ୍ଷରୁ କୁହାଯାଇଛି।


