Categories: ଖେଳ

ମହଙ୍ଗା ପଡ଼ିଲା ଗଞ୍ଜେଇ ସେବନ

କଲରାଡୋ ସ୍ପ୍ରିଙ୍ଗ୍ସ,୨୭ା୪(ପି.ଟି): ଆମେରିକୀୟ ଅଲିମ୍ପିକ୍‌ ଲଙ୍ଗଜମ୍ପର ତାରା ଡେଭିସ୍‌ ଉଡ୍‌ହଲ୍‌ ଗଞ୍ଜେଇ ସେବନ କରି ଅଡୁଆରେ ପଡିଛନ୍ତି। ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଉଡ୍‌ହଲ୍‌ଙ୍କୁ ଏକ ମାସ ପାଇଁ ବାସନ୍ଦ କରାଯିବା ସହିତ ଜାତୀୟ ଟାଇଟଲକୁ ପ୍ରତ୍ୟାହାର କରି ନିଆଯାଇଛି। ମାରିଉଆନା(ଗଞ୍ଜେଇ)ର ସାଇକୋଆକ୍ଟିଭ୍‌ କମ୍ପାଉଣ୍ଡ ତାଙ୍କ ନମୁନାରୁ ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟୋକିଓ ଅଲିମ୍ପିକ୍ସରେ ୨୩ ବର୍ଷୀୟ ଉଡ୍‌ହଲ୍‌ ଷଷ୍ଠ ସ୍ଥାନରେ ରହିଥିଲେ। ଗତ ସପ୍ତାହରୁ ଉଡ୍‌ହଲ୍‌ଙ୍କ ବ୍ୟାନ୍‌ କାର୍ଯ୍ୟକାରୀ ହୋଇଥିବା ବେଳେ ଫେବୃୟାରୀ ୧୭ ତାରିଖରେ ସେ ବିଜୟୀ ହୋଇଥିବା ଜାତୀୟ ଇନ୍‌ଡୋର ଟାଇଟଲକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଟିଏଚ୍‌ସି ବର୍ଗର ପଦାର୍ଥ ସେବନ ପାଇଁ ୩ ମାସ ବ୍ୟାନ୍‌ର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଯଦି ଏହା ଦ୍ୱାରା ଆଥ୍‌ଲେଟଙ୍କ ଖେଳ ପ୍ରଭାବିତ ହୋଇ ନ ଥାଏ ଦଣ୍ଡାଦେଶ କମ୍‌ କରାଯିବାର ବ୍ୟବସ୍ଥା ରହିଛି। ଆମେରିକାରେ ଗଞ୍ଜେଇକୁ ନେଇ ତର୍କ ଲାଗି ରହିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ।

Share