ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି। ବରମୁଣ୍ଡା ହାଉସିଂ ବୋର୍ଡର ଜିତେନ୍ଦ୍ର ବିଶାଳ ନେଇଛନ୍ତି ପ୍ରଥମ ନିଲାମ।

ସୂଚନାଯୋଗ୍ୟ, ଏଥର ମରୀଚି କୁଣ୍ଡ ପାଣି ନିଲାମରେ ଅନ୍ତରାୟ ସୃଷ୍ଟି ହୋଇଛି। ପ୍ରଥମ ଗରା ଜଳ ପାଇଁ ସରକାରୀ ଧାର୍ଯ୍ୟ ମୂଲ୍ୟ ୧୫ହଜାର ଟଙ୍କାରୁ ନିଲାମ ଡକାଯାଇଥିଲା। ହେଲେ ଚଳିତ ବର୍ଷ ଏତେ ମୂଲ୍ୟରେ କେହି ନେବାକୁ ରାଜି ନ ହେବାରୁ ସର୍ବନିମ୍ନ ମୂଲ୍ୟ ୧୧ହଜାର ଟଙ୍କାକୁ ହ୍ରାସ କରାଯାଇଥିଲା। ସାଧାରଣତଃ ପୂର୍ବବର୍ଷଗୁଡ଼ିକରେ ମରୀଚି କୁଣ୍ଡ ଜଳକୁ ନେବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥାଏ। ହେଲେ ଏବର୍ଷ ଖୁବ୍‌ କମ୍‌ ସଂଖ୍ୟକ ଶ୍ରଦ୍ଧାଳୁ ନିଲାମ ଡାକ ସମୟରେ ଉପସ୍ଥିତ ରହିଥିବାରୁ ନିଲାମରେ ବାଧା ସୃଷ୍ଟି ହୋଇଥିଲା। ବିଶ୍ୱାସ ରହିଛି ଯେ, ଏହି ମରୀଚି କୁଣ୍ଡ ପାଣିରେ ଗାଧୋଇ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ନିଃସନ୍ତାନ ମହିଳା ସନ୍ତାନ ପ୍ରାପ୍ତ ହେବା ସହ ତାଙ୍କ ମନସ୍କାମନା ପୂରଣ ହୋଇଥାଏ। ଗତବର୍ଷ ପ୍ରଥମ ଗରାଜଳ ୨୧ହଜାର ଟଙ୍କାରେ ନିଲାମ ଯାଇଥିବାବେଳେ ୨ୟ ଏବଂ ତୃତୀୟ ଗରାଜଳକୁ କେହି କିଣି ନ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

ବେଜିଂରେ ମୁହାଁମୁହିଁ ହେବେ ଟ୍ରମ୍ପ-ଜିନପିଙ୍ଗ, ଯୁଦ୍ଧକୁ ନେଇ ହେବ ବଡ଼ ଘୋଷଣା!

ବେଜିଂ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ସୋସିଆଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri