ରୁଷିଆ ଦଖଲରେ ମାରିଆପୋଲ, ୧,୪୬୪ ୟୁକ୍ରେନ୍‌ ସୈନ୍ୟଙ୍କ ଆତ୍ମସମର୍ପଣ…

କ୍ୱିଭ୍‌, ୧୭।୪ : ରୁଷିଆର ସୈନ୍ୟବାହିନୀ ପୂର୍ବ ୟୁକ୍ରେନ୍‌ର ମାରିଅପୋଲ ସହରକୁ ନିଜ ଦଖଲକୁ ନେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେନକୋଭ ଏହି ସୂଚନା ଦେଇ କହିଛନ୍ତି ଯେ ୧,୪୬୪ ୟୁକ୍ରେନ୍‌ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି।

ତେବେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସହର ଅବରୋଧ ହେବାର ପ୍ରାୟ ସାତ ସପ୍ତାହ ପରେ ମଧ୍ୟ ମାରିଅପୋଲରେ ୟୁକ୍ରେନ୍‌ ସୈନ୍ୟ ରୁଷିଆ ସେନ୍ୟ ବାହିନୀର ମୁକାବିଲା କରୁଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚେତାବନୀ ଦେଇଛନ୍ତି ଯେ ମାରିଅପୋଲରେ ୟୁକ୍ରେନ ସୈନ୍ୟଙ୍କ ସହିତ ରୁଷିଆ ନ୍ୟବାହିନୀର ଯୁଦ୍ଧ ଯୋଗୁ ଶାନ୍ତି ଆଲୋଚନା ସମ୍ଭବ ମନେ ହେଉନାହିଁ।

ସେ ତୁରନ୍ତ ସମସ୍ତ ଆବଶ୍ୟକୀୟ ଭାରୀ ଅସ୍ତ୍ରଶସ୍ତ୍ର ଏବଂ ବିମାନ ଯୋଗାଇବା ପାଇଁ ନାଟୋ ଦେଶଗୁଡିକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ମାରିଆପୋଲକୁ ଅବରୋଧ କରୁଥିବା ରୁଷିଆ ସୈନ୍ୟଙ୍କ ମୁକାବିଲା କରାଯାଇ ପାରିବ। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେନକୋଭ କହିଛନ୍ତି ଯେ ବର୍ତ୍ତମାନ କେବଳ ଗୋଟିଏ ବିକଳ୍ପ ଅଛି ଏବଂ ତାହା ହେଉଛି ଅସ୍ତ୍ରଶସ୍ତ୍ର ସହ ୟୁକ୍ରେନ୍‌ ସୈନ୍ୟ ଆତ୍ମସମର୍ପଣ କରିବା।

ମାରିଅପୋଲରେ ରୁଷିଆର ସୈନ୍ୟମାନେ ସହରର ସମସ୍ତ ପ୍ରବେଶ ରାସ୍ତାକୁ ବନ୍ଦ କରିଦେଇଛନ୍ତି ଏବଂ ସହରର ପୁରୁଷଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ସୋମବାର ଠାରୁ ସେଠାରେ କଡ଼ା କଟକଣା ଜାରି କରାଯିବ ବୋଲି ଘୋଷଣା କରାଯାଇଛି।

Share