Categories: ଜାତୀୟ

‘ପ୍ରତିିଶ୍ରୁତି ଦେଉଛି ଭାଜପା, ଟିଏମ୍‌ସି- ବିଜେଡି ଏମ୍‌ପିଙ୍କୁ ଫୋନ୍‌ କରିବି ନାହିଁ’

ନୂଆଦିଲ୍ଲୀ,୨୬।୭: ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲ୍‌ଭା ମଙ୍ଗଳବାର ଏକ ଟୁଇଟ କରିଛନ୍ତି। ଉକ୍ତ ଟୁଇଟରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ମୋବାଇଲ ଫୋନରୁ କଲ୍‌ ଯାଉନାହିଁ କିମ୍ବା ଆସୁନାହିଁ। ଏଥିସହ ଏମ୍‌ଟିଏନ୍‌ଏଲ୍‌ ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ଯଦି ଫୋନ୍‌ ସେବା ପୁଣି ସ୍ବାଭାବିକ କରାଯାଏ ତେବେ ସେ ଭାଜପା, ଟିଏମ୍‌ସି ଏବଂ ବିଜେଡିର କୌଣସି ଏମ୍‌ପିଙ୍କ ସହ କଥା ହେବେ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ପ୍ରାର୍ଥୀ ଆଲ୍‌ଭା ଏମ୍‌ଟିଏନ୍‌ଏଲ୍‌କୁ ଟୁଇଟ କରି କହିଛନ୍ତି ଯେ, ଏମ୍‌ଟିଏନ୍‌ଏଲ୍‌ ତାଙ୍କ କଓ୍ବୋଇସିରେ ଥିବା ସିମ୍‌ କାର୍ଡକୁ ୨୪ ଘଣ୍ଟା ପାଇଁ ବ୍ଲକ୍‌ କରିଦେଇଛି। ମଙ୍ଗଳବାର କିଛି ଭାଜପା ବନ୍ଧୁଙ୍କ ସହ କଥାହେବା ପରେ ତାଙ୍କ ଫୋନ୍‌ କଲ୍‌ ଯାଇ ନ ଥିଲା କିମ୍ବା ଆସି ନ ଥିଲା। ଫଳରେ ଆଲ୍‌ଭା କ୍ଷୋଭ ପ୍ରକାଶ କରି ଏହି ସମସ୍ୟାର ସମାଧାନ କରାଗଲେ ଏବଂ ସେବାକୁ ସ୍ବାଭାବିକ କରାଗଲେ ଭାଜପା, ଟିଏମ୍‌ସି ଓ ବିଜେଡି ନେତାଙ୍କ ସହ ଯୋଗାଯୋଗ କରିବେ ନାହିଁ ବୋଲି ସେ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ପ୍ରତିଶ୍ରୁତି ଦେଇଛନ୍ତି।

Share