Categories: ଜାତୀୟ

ବିଜୟ ଚୌକରେ ଅଟକିଲା ୧୭ବିରୋଧୀ ଦଳର ପଦଯାତ୍ରା: ଖାର୍ଗେ କହିଲେ, ୨ଶହ ପାଇଁ ୨ହଜାର ପୋଲିସ

ନୂଆଦିଲ୍ଲୀ,୧୫।୩: ୧୭ ବିରୋଧୀ ଦଳର ଏମ୍‌ପିମାନେ ବୁଧବାର ସଂସଦରୁ ଇଡି କାର୍ଯ୍ୟାଳୟକୁ ଏକ ପଦଯାତ୍ରା ବାହାର କରିଥିଲେ। କିନ୍ତୁ ଧାରା ୧୪୪ ଦର୍ଶାଇ ଦିଲ୍ଲୀ ପୋଲିସ ସେମାନଙ୍କୁ ବିଜୟ ଚୌକଠାରେ ଅଟକାଇଦେଇଥିଲା। ଏହାପରେ ଏମ୍‌ପିମାନେ କ୍ରୋଧିତ ହୋଇ ସେଠାରେ ହିଁ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ। ଏହାକୁ ବନ୍ଦ କରାଯିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ୨୦୦ଏମ୍‌ପିଙ୍କୁ ଅଟକାଇବା ପାଇଁ ୨୦୦୦ପୋଲିସ ମୁତୟନ କରାଯାଇଛି। ଏହାପରେ ଏମ୍‌ପିମାନେ ସଂସଦକୁ ଫେରିଯାଇଥିଲେ। ସୂଚନାଯୋଗ୍ୟ, ବୁଧବାର ମଲ୍ଲିକାର୍ଜୁନ ଖାର୍ଗେ ସମସ୍ତ ଏମ୍‌ପିଙ୍କ ସହ ଏକ ସ୍ମାରକପତ୍ର ଦାଖଲ କରିବାକୁ ଇଡି କାର୍ଯ୍ୟାଳୟକୁ ଯିବାକୁ ଚାହୁଁଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଆଗକୁ ଯିବାକୁ ଅନୁମତି ଦେଉନାହିଁ ଏବଂ ସରକାର ସେମାନଙ୍କୁ କହିବାକୁ ଅନୁମତି ଦେଉନାହାଁନ୍ତି ବୋଲି ଖାର୍ଗେ କହିଛନ୍ତି।

Share