ଜାରିହେଲା ମାର୍ଚ୍ଚ ଗାଇଡ୍‌ଲାଇନ୍‌: ସର୍ବସାଧାରଣ ସ୍ଥାନରେ ହୋଲି ଖେଳକୁ ମନା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡ୍ଲାଇନ୍‌ ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ରାଜ୍ୟ ସରକାର ଅନଲକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମାତ୍ର କୋଭିଡ ସଂକ୍ରମଣ ବୃଦ୍ଧିର ଆଶଙ୍କା କରି ବିବାହ ଭୋଜିରେ ସର୍ବାଧିକ ୫୦୦ ଜଣ, ଶୁଦ୍ଧିକ୍ରିୟାରେ ୨୫୦ଜଣ ଲୋକଙ୍କୁ ଅନୁମତି ଦେବା ସହ ଚଳିତବର୍ଷ ରାଜ୍ୟବ୍ୟାପୀ କେହି ସର୍ବସାଧାରଣ ସ୍ଥାନରେ ହୋଲି ଖେଳି ପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୋମବାର ଏ ନେଇ ମାର୍ଚ୍ଚ ୧ରୁ ୩୧ତାରିଖ ପର୍ଯ୍ୟନ୍ତ କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ଚଳିତବର୍ଷ ହୋଲି ସର୍ବସାଧାରଣ ସ୍ଥାନରେ ପାଳନ ହେବ ନାହିଁ। ଲୋକେ ନିଜ ପରିବାର ସଦସ୍ୟଙ୍କ ସହ ଘର ଭିତରେ ହୋଲି ପାଳନ କରିବେ । କିନ୍ତୁ ତାହା ସାର୍ବଜନୀନ ରାସ୍ତା କିମ୍ବା ସ୍ଥାନରେ ନୁହେଁ ବୋଲି ଏସ୍‌ଆରସି ସ୍ପଷ୍ଟ କରିଛନ୍ତି । ତେବେ ସ୍ଥାନୀୟ ଜିଲାପାଳ ଓ ମହାନଗର ନିଗମ କମିଶନରମାନେ ଆବଶ୍ୟକତାକୁ ଦେଖି ଅତିରିକ୍ତ କଟକଣା ଜାରି କରିପାରିବେ । ଏହାସହିତ ଅନଲକିଂ ପ୍ରକ୍ରିୟା ଆରମ୍ଭ ସହ ରାତ୍ରିକାଳୀନ କର୍ଫ୍ୟୁ ସମଗ୍ର ରାଜ୍ୟରେ ରହିବ ନାହିଁ। ଅନଲକିଂ ସମୟରେ ସମସ୍ତ ପ୍ରକାରର ଗତିବିଧି କୋଭିଡ ଗାଇଡଲାଇନ ମଧ୍ୟରେ ହେବ ବୋଲି ଏସ୍‌ଆରସି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। କୋଭିଡ୍‌ ନିୟମ ମାନି ସମସ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା ଓ ଧାର୍ମିକ କାର୍ଯ୍ୟକ୍ରମ ନିମନ୍ତେ ଲୋକ ଏକଜୁଟ ନେଇ ଅନୁମତି ଦେଇଛନ୍ତି। ସେହିପରି ପ୍ରଦର୍ଶନୀ, ମେଳାଆଦି ମଧ୍ୟ ସମ୍ପୂର୍ଣ୍ଣ କୋଭିଡ ପ୍ରୋଟୋକଲ ମଧ୍ୟରେ ସମ୍ଭବପର ହେବ। ବିବାହ, ବ୍ରତୋପନୟନ ଆଦିରେ ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ସର୍ବାଧିକ ୫୦୦ଲୋକଙ୍କ ସମାଗମ ଏବଂ ଶୁଦ୍ଧିକ୍ରିୟା ଓ ଅନ୍ତେଷ୍ଟିରେ ସର୍ବାଧିକ ୨୫୦ଜଣଙ୍କ ଏକଜୁଟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ। କୌଣସି ପରିସ୍ଥିତିରେ ବି ଏହି ସଂଖ୍ୟା ବୃଦ୍ଧି ପାଇବ ନାହିଁ । ସେହିପରି ବିବାହ ଶୋଭାଯାତ୍ରାରେ ସମସ୍ତଙ୍କୁ ମିଶାଇ ସର୍ବାଧିକ ୧୦୦ଜଣ ରହିପାରିବେ । ବିବାହ ପାଇଁ ନିର୍ଦ୍ଧାରିତ ୫୦୦ ଜଣଙ୍କ ମଧ୍ୟରେ ଏହା ଗଣନା କରାଯିବ ନାହିଁ । ଏହି ସମସ୍ତ କାର୍ଯ୍ୟକ୍ରମରେ କୋଭିଡ ଗାଇଡଲାଇନକୁ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାବ୍ୟତୀତ ସର୍ବସାଧାରଣ ସ୍ଥାନ, ସାର୍ବଜନୀନ ଯାନବାହନରେ ଯିବାବେଳେ ଓ କର୍ମସ୍ଥଳୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ସର୍ବନିମ୍ନ ୬ଫୁଟର ସାମାଜିକ ଦୂରତ୍ୱ ରଖିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଧାରିତ ନିୟମ ଅନୁସାରେ ଜରିମାନା ସହ ଦଣ୍ଡିତ ହେବାକୁ ପଡ଼ିବ ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri