Categories: ଜାତୀୟ

ମାର୍ଚ୍ଚ ୨୬ ଭାରତ ବନ୍ଦ: ଅଣ୍ଟା ଭିଡ଼ିଲା କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କୃଷକ ମୋର୍ଚ୍ଚା ପକ୍ଷରୁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଛି। କୃଷକ ମୋର୍ଚ୍ଚାକୁ ବ୍ୟବସାୟୀ ସଂଗଠନ, ଟ୍ରେଡ୍‌ ୟୁନିଅନ ଏବଂ ରେଳଓ୍ବେ ୟୁନିଅନର ସମର୍ଥନ ମିଳିଥିବା କୁହାଯାଉଛି। ଏହା ସମ୍ପୂର୍ଣ୍ଣ ସଫଳ ରହିବ ବୋଲି ଭାରତୀୟ କିସାନ ୟୁନିଅନର ପ୍ରଦେଶ ଅଧ୍ୟକ୍ଷ ରାଜବୀର ସିଂ ଜାଦୌନ ଏବଂ ୟୁନିଅନର ଯୁବ ଅଧ୍ୟକ୍ଷ ଗୌରବ ଟିକାଏତ୍‌ ସୂଚନା ଦେଇଛନ୍ତି। ବସ୍‌ ଏବଂ ଟ୍ରକ୍‌ ୟୁନିୟନ ଭାରତ ବନ୍ଦକୁ ସମର୍ଥନ ଦେବ ବୋଲି କୃଷକ ମୋର୍ଚ୍ଚା କହିଛି। ଗାଜିପୁର ବର୍ଡର ସକାଳରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ରହିବ। ତେବେ ବନ୍ଦ ସମୟରେ ଆମ୍ବୁଲାନ୍ସ୍‌, ସ୍କୁଲ ବସ୍‌, ସେନା ଯାନ ବାହନ, ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌, ଖାଦ୍ୟ ଯୋଗାଣ ଗାଡ଼ି ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସହିତ ସମ୍ପୃକ୍ତ ଥିବା ଯାନ ବାହନକୁ ଅଟକା ଯିବ ନାହିଁ ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

Share