୨ କୋକେନ ମାଫିଆଙ୍କୁ ମାରାଥନ ଜେରା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜଧାନୀରୁ ଗିରଫ ୨ କୋକେନ ମାଫିଆଙ୍କୁ ମଙ୍ଗଳବାର ଏସଟିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ୪ ଦିନ ରିମାଣ୍ଡରେ ନେଇ ଥିଲା। କୋକେନ ସିକ୍ରେଟ ମାମଲାର ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଏନସିବି ଜେରା କରିଛି । ଏହି ମାମଲାରେ ବାହାର ରାଜ୍ୟ ଲିଙ୍କ୍‌ ନେଇ ପଚରାଉଚରା କରାଯାଇଛି । ଏସଟିଏଫ୍‌ ୪ ଦିନିଆ ରିମାଣ୍ଡରେ ନେଇ ଦୁଇ ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି । କୋକେନ ୍‌ଲିଙ୍କର ଗୁମର ଫିଟିବ ବୋଲି ଆଶା କରାଯାଉଛି।