ମୌଳିକ ସୁବିଧାରୁ ବଞ୍ଚିତ ମାରାଣ୍ଡି ଗ୍ରାମବାସୀ

ପାରଳାଖେମୁଣ୍ଡି,୧ା୪ (ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମ୍ବାଣ ପଞ୍ଚାୟତ ଅନ୍ତର୍ଗତ ମାରାଣ୍ଡି ଗ୍ରାମବାସୀ ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ। ସରକାରୀ ଯୋଜନା ଏହି ଦୁର୍ଗମ ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ସାତ ସପନ। ଗ୍ରାମକୁ ଯିବାକୁ ରାସ୍ତା ନାହିଁ, ଘଞ୍ଚ ଜଙ୍ଗଲ ଭରା ଖାଲ ଖମା ରାସ୍ତା। ଗ୍ରାମରେ ୨୦୦ରୁ ଉଦ୍ଧର୍‌ବ ପରିବାର ରହୁଛନ୍ତି। ଏହି ଗ୍ରାମରେ ସରକାରଙ୍କ କୌଣସି ଯୋଜନା ପହଞ୍ଚି ପାରୁନାହିଁ। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଏଠାରେ ରାସ୍ତା ଖଣ୍ଡେ ନାହିଁ। ଛାତ୍ରୀଛାତ୍ର ମଧ୍ୟ ସ୍କୁଲ ଯିବାକୁ ଅସୁବିଧା ଅନୁଭବ କରୁଛନ୍ତି। ଏଠାରେ ପିଇବା ପାଣି ନାହିଁ। ଯେଉଁ ନଳକୂପ ରହିଛି ତାହା କାମ କରୁନାହିଁ। ନିର୍ବାଚନ ପୂର୍ବରୁ ନେତା ମନ୍ତ୍ରୀ ଆସି ଲୋକଙ୍କୁ ଭୁଆଁ ବୁଲାଇ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ମିଛ ପ୍ରତିଶ୍ରୁତି ଦେବା ସହ ନିର୍ବାଚନ ପରେ ସେମାନଙ୍କ ଆଉ ଦେଖା ମିଳୁନାହିଁ ବୋଲି ଗ୍ରାମର ମିକଲ ଦଳବେହେରା, ବିନତି ଗମାଙ୍ଗ, ଅନିଲ କାର୍ଜି, ମାନୁଏଲ ଗମାଙ୍ଗ ପ୍ରମୁଖ କହିଛନ୍ତି। ଚଳିତ ନିର୍ବାଚନ ପୂର୍ବରୁ ଯଦି ଏହାର ସମାଧାନ ନହୁଏ ତାହାହେଲେ ନେତାଙ୍କୁ ଗ୍ରାମରେ ପୁରାଇ ଦେବୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଖରା ଦିନରେ ଗ୍ରାମରେ ଥିବା କୂପଗୁଡିକ ମଧ୍ୟ ଶୁଖି ଯାଇଥିବା କହିଛନ୍ତି ଗ୍ରାମବାସୀ। ବସୁଧା ଯୋଜନାରେ ଘରେ ଘରେ ଜଳ ଯୋଜନା ଅପହଞ୍ଚ ଥିବା ଯୋଗୁ ଲୋକେ ନିଜ ନିଜ ଟଙ୍କା ଖର୍ଚ୍ଚ କରି ପାଣିଟାଙ୍କି ନିର୍ମାଣ କରିଛନ୍ତି। ମାତ୍ର ସେହି ପାଣିଟାଙ୍କି ସମସ୍ତଙ୍କ ଘରେ ନାହିଁ। ଗ୍ରାମରେ ଦୁଇଟି କୂଅ ରହିଛି। ମାତ୍ର ତାହା ଗ୍ରୀଷ୍ମ ଆରମ୍ଭରୁ ଶୁଖିଯାଉଛି। ଫଳରେ ସ୍ଥାନୀୟ ଲୋକେ ଚୁଆ ପାଣି ଆଣିବା ପାଇଁ ସେହି ମାଟି ରାସ୍ତାରେ ବହୁ ଦୂର ଯାଇ ପାଣି ଅଣୁଥିବା କହିଛନ୍ତି ଗ୍ରାମବାସୀ। ଆମ୍ବୁଲାନ୍ସ ନ ପହଞ୍ଚତ୍ପାରୁ ଥିବାରୁ ଗର୍ଭବତୀ ମହିଳାମାନଙ୍କୁ ଖଟିଆରେ ବୋହି ନେଉଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ବହୁବାର ଲିଖିତ ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହିଛନ୍ତି। ତେଣୁ ଚଳିତ ବର୍ଷ ଭୋଟ ଦେବୁନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ସ୍ଥାନୀୟ ସରପଞ୍ଚ ବୟାଜ ଗମାଙ୍ଗ କହିଛନ୍ତି, ଗତ ଦୁଇ ବର୍ଷ ହେଲା ସେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଛନ୍ତି, କିନ୍ତୁ କିଛି ବି ସୁଫଳ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri