ବିକାଶ ଚାହୁଁଛି ମରାଗୁଳା

କେନ୍ଦୁଝର, ୫ା୧୧(ଡି.ଏନ.ଏ.)-ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏବେ ବି କେନ୍ଦୁଝର ଜିଲାର ଅନେକ ଗାଁରେ ବିକାଶ ଅପହଞ୍ଚ ହୋଇ ରହିଛି। ଏହିପରି ଏକ ଗାଁ ହେଉଛି ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତ ମରାଗୁଳା ଗାଁ। ସ୍ବାଧୀନତାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଅଞ୍ଚଳବାସୀ ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚତ୍ତ। ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନ ଏବେ ବି ସେମାନଙ୍କ ପାଇଁ ସାତସପନ। ଏହି ଦୁର୍ଗମ ଗାଁକୁ ରାସ୍ତା ନାହିଁ କି ବିଦ୍ୟୁତ୍‌ ନାହିଁ। ରାସ୍ତା ଘାଟ ନ ଥିବାରୁ ସ୍ବାସ୍ଥ୍ୟ ସେବା ପାଇଁ ଲୋକଙ୍କୁ ଚାଲି ଚାଲି ମେଡିକାଲ ଯିବାକୁ ପଡୁଛି। ଗର୍ଭବତୀ ମହିଳା ଏବଂ ଗୁରୁତର ରୋଗୀଙ୍କୁ ଭାରରେ ବୋହି ମେଡିକାଲ ଅଣାଯାଉଛି।
ଏହି ଗାଁକୁ ଯିବାକୁ ହେଲେ ପଥୁରିଆ ଓ ପାଦଚଲା ରାସ୍ତା ହିଁ ଏକମାତ୍ର ଭରସା। ଜରୁରୀକାଳୀନ ସେବା ପାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ବର୍ଷା ଦିନ କଥା ନ କହିଲେ ଭଲ। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବର୍ଷା ହେଲେ ନାଳଗୁଡିକ ପାଣିରେ ଭରି ଯାଇ ପ୍ରଖରସ୍ରୋତ ହୋଇଥାଏ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୪ଟି ନାଳକୁ ଡେଇଁ ଅନ୍ୟ ଗ୍ରାମକୁ ଯିବାକୁ ହୋଇଥାଏ। ମରାଗୁଳା ଗାଁରେ ୬୦ ଜୁଆଙ୍ଗ ପରିବାର ରହିଥିବାବେଳେ କୌଣସି କାର୍ଯ୍ୟରେ ଗାଁରୁ ବାହାରକୁ ଗଲେ ତାଙ୍କୁ ଏହି ନାଳ ପାର ହୋଇ ପଳାଶପାଳ ପାଖକୁ ଆସି ମୁଖ୍ୟ ରାସ୍ତା ଧରିବାକୁ ହୋଇଥାଏ।

ଦୁଃଖର କଥା ଏହି ଗାଁ ପାଇଁ ସବୁଠୁ ବିପଦ ସୃଷ୍ଟି କରିଥାଏ ମୂଷଳ ନଦୀ। ଯେତେବେଳେ ମୂଷଳ ନଦୀରେ ପାଣି ଆସିଥାଏ ସେତେବେଳେ ତା’ର ରୂପ ଭୟଙ୍କର ହୋଇଥାଏ। ଅତି ଆବଶ୍ୟକ କାମ ପଡ଼ିଲେ ଗାଁ ଲୋକ ଜୀବନକୁ ବାଜି ଲଗାଇ ନାଳ ଅତିକ୍ରମ କରି ଯାତାୟତ କରିଥାନ୍ତି। ପିଡିଏସ ସାମଗ୍ରୀ ଆଣିବାକୁ ହେଲେ ପାହାଡ଼ ତଳକୁ ଚାଲି ଚାଲି ୩ କି.ମି. ଦୂର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ମରାଗୁଳା ଗାଁକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତା କରିବାକୁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏମାନେ ସ୍ବାସ୍ଥ୍ୟ ସେବା ପାଇଁ ୨୦ କି.ମି. ଦୂର ହରିଚନ୍ଦନପୁର ଡାକ୍ତରଖାନା ଉପରେ ନିର୍ଭରଶୀଳ।

 

ଗାଁରେ ଗୋଟିଏମାତ୍ର ନଳକୂପ ପିଇବା ଅନୁପଯୋଗୀ ହୋଇଥିବାରୁ ଚୂଆରୁ ପାଣି ସଂଗ୍ରହ କରି ପିଇଥାନ୍ତି। ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ପାଇନାହାନ୍ତି। ମୂଷଳ ନଦୀ ଓ ଅନ୍ୟ ୩ଟି ନାଳରେ ପୋଲ ନିର୍ମାଣ ହେଲେ ମରାଗୁଳାବାସୀ ନିବେଦନ କରିଛନ୍ତି। ଏବାବଦରେ ହରିଚନ୍ଦନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ ଜେନାଙ୍କୁ ପଚାରିବାରୁ ହରିଚନ୍ଦନପୁର ବ୍ଲକରେ ସେ ନୂତନ ଭାବେ ଯୋଗ ଦେଇଛନ୍ତି, ଅଳ୍ପଦିନ ମଧ୍ୟରେ ମରାଗୁଳା ଗଁା ପରିଦର୍ଶନରେ ଯାଇ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରୀ ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

ନିତିନ ଗଡ଼କରୀଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ: ଆଲୋଚନାରେ ଉଠିଲା ‘ଭାଇ-ଭଉଣୀ’ କଥା

ନୂଆଦିଲ୍ଲୀ,୧୮ା୧୨: କେରଳର ବିକାଶମୂଳକ କାର୍ଯ୍ୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଛନ୍ତି ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା।...

ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ଭାଜପା ବିଧାୟକଙ୍କ ପ୍ରସ୍ତାବ

ଭୁବନେଶ୍ବର,୧୮।୧୨: ଆଜି ଭାଜପା ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ତେବେ ଆଜି ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।...

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri