ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା

ଦିଶପୁର,୧୧ା୧୨: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ଚୋରି ଘଣ୍ଟା ଆସାମରୁ ମିଳିଛି। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି। ତେବେ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଟୁଇଟ୍‌ କରି ସୂଚନା ଦେଇଛନ୍ତି।

 

ଟୁଇଟ୍‌ କରି ସେ ଲେଖିଛନ୍ତି, ଆସାମ ପୋଲିସ ଯେଉଁ ବ୍ୟକ୍ତିଙ୍କ ପାଖରୁ ଏହି ଘଣ୍ଟା ଜବତ କରିଛି ତାଙ୍କୁ ଗିରଫ କରିଛି । ଆସାମ ପୋଲିସ ଡିଜିପି ଭାସ୍କର ଜ୍ୟୋତି ମହନ୍ତ ଦୁବାଇ ପୋଲିସ ସହ ମିଶି ହୋଇଥିବା ଏହି ମିଶନର ସୂଚନା ଦେଇଛନ୍ତି। ସେ କହିଛନ୍ତି,  ଆସାମର ଶିବସାଗର ଜିଲା ଅଞ୍ଚଳରୁ ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କା ମୂଲ୍ୟର ଉକ୍ତ ଘଣ୍ଟାଟି ଉଦ୍ଧାର କରାଯାଇଛି।

Share