ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ରାଜନେତା

ରାଜ୍ୟସଭା ସଦସ୍ୟ ଅମର ସିଂଙ୍କ ୬୪ ବର୍ଷ ବୟସରେ ଗତ ଶନିବାର ନିଧନ ଘଟିଛି। ବଲିଉଡ୍‌ କାଳାକାରଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ ଥିଲା। ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ତାଙ୍କ ସ୍ବାମୀଙ୍କ ସହ ଅମର ସିଂଙ୍କ ଦୃଢ ସମ୍ପର୍କ ଥିଲା। ଏହି କାରଣରୁ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଅମର ଭୋ ଭୋ ହୋଇ କାନ୍ଦିଥିଲେ। କହିଥିଲେ ମୁଁ ଯଦି ଦୁବାଇରେ ଥାନ୍ତି ଏମିତି ଦୁର୍ଘଟଣା ଘଟି ନ ଥାନ୍ତା। ଶ୍ରୀଦେବୀ ମୃତ୍ୟୁ ଖବର ପ୍ରଥମେ ଅମର ସିଂ ଦେଇଥିଲେ ବୋନି କପୁର। ଶ୍ରୀଦେବୀ ଏବଂ ଅମରଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲେ। ଥରେ ସେ ଅଡି ବସିଥିଲେ ଯଦି ଅମର ମୋ ଫିଲ୍ମ ନ ଦେଖିବ ତେବେ ତାହା ରିଲିଜ୍‌ ହେବ ନାହିଁ। ୨୦୧୮, ଫେବୃୟାରୀ ୨୪ରେ ବାଥ୍‌ଟବ୍‌ରେ ବଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା।

Share