ଋଷିକୂଲ୍ୟାରେ ଭାରତ ମାନଚିତ୍ର, ଭାଇରାଲ ହେଉଛି ଫଟୋ

ପୁରୁଷୋତ୍ତମପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟରେ ପ୍ରବାହିତ ଋଷିକୂଲ୍ୟା ନଦୀ କୂଳରେ ପ୍ରକୃତି ସୃଷ୍ଟି କରିଛି ଏକ ଭାରତ ମାନଚିତ୍ର। ନଦୀରେ ପାଣି ପ୍ରବାହିତ ହେଉଥିବା ବେଳେ ଆପେ ଆପେ ଏଭଳି ଭାରତ ମାନଚିତ୍ର ସଦୃଶ ଭଳି ପାଣି ରହି ପ୍ରବାହିତ ହେଉଥିବାର ଦେଖିବାକୁ ମିଳିଛି। ପ୍ରକୃତିର ଏଭଳି ସୌନ୍ଦର୍ଯ୍ୟ ଭରା ଚିତ୍ର ଦେଖି ଲୋକେ ଏଠାରେ ଉତ୍ସାହିତ ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେଉଛି।