ଗଛରେ ପୋଷ୍ଟର ଲଗାଇଲେ ମାଓବାଦୀ, ଦେଲେ ଏମିତି ଚେତାବନୀ

କୋଟଗଡ଼,୨ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ର ଜାମଝୋରରେ ମାଓବାଦୀମାନେ ଶୁକ୍ରବାର ଏକ ଗଛରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ଏମ୍‌ପି ପ୍ରତିନିଧି ମନୋଜ କୁମାର ସାବତ, କୋଟଗଡ଼ ବ୍ଲକର ପୂର୍ବତନ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଏବଂ ବର୍ତ୍ତମାନର ବ୍ଲକ କ୍ୟାଶିୟର ଛବି ବାବୁ ମିଶି ମନୋଜ କୁମାର ସାବତଙ୍କୁ ସାହାଯ୍ୟ କରୁଛନ୍ତି। ଏଥିସହ ବ୍ଲକର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନରେ କୌଣସି କାର୍ଯ୍ୟ କରାଯାଉ ନ ଥିବା ନେଇ ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଏପରିକି ଏମ୍‌ପି ପ୍ରତିନିଧି ମନୋଜ କୁମାର ସାବତ ଆଦିବାସୀ, ହରିଜନମାନଙ୍କୁ ଶୋଷଣ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଯଦି ବେଳ ଥାଉ ଥାଉ ସୁଧୁରି ନ ଯିବେ ନିଶ୍ଚିତ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଚେତାବନୀ ଦେଇଛନ୍ତି। ଖବର ଲେଖାହେବା ସୁଦ୍ଧା ଘଟଣାସ୍ଥଳରେ ପୋଲିସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନାହାନ୍ତି। ଅନ୍ୟପକ୍ଷରେ ଏହି ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।