ମନମୁଣ୍ଡାରେ ପୁଣି ମାଓବାଦୀ ପୋଷ୍ଟର

ବୌଦ୍ଧ,୨୦।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ପାଣ୍ଡିରିପଡ଼ା ଛକ ନିକଟରେ ଥିବା ଚପଲ ଦୋକାନ କାନ୍ଥରେ ପୁଣି ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ଡିଭିଜନାଲ କମିଟି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ନିଜ ଜାଗାରେ ନିଜେ ଗଞ୍ଜେଇ ଚାଷ କରିବାକୁ ଏହି ପୋଷ୍ଟରରେ ଆହ୍ବାନ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ସରକାର, ପ୍ରଶାସନ ଓ ପୋଲିସ ସହାୟତାରେ ଗଞ୍ଜେଇ ମାଫିଆଙ୍କ ଦ୍ୱାରା ଗଞ୍ଜେଇ ଚାଷ ବନ୍ଦ କରାଯାଉ। ଜଣେ ଗଞ୍ଜେଇ ଚାଷୀ ୨ ଶହରୁ ଅଧିକ ଗାତ କରିପାରିବ ନାହିଁ। ଗଞ୍ଜେଇ ବେପାରୀ ନାମରେ ପୋଲିସକୁ ଖବର ଦେବା ବନ୍ଦ କର। ଗଞ୍ଜେଇ ଚାଷ ପାଇଁ ଯିଏ ଜମି ଦେଉଛି, ତାଠାରୁ ଫାଇନ ଆଦାୟ କର। ଗଞ୍ଜେଇ ଚାଷ ପାଇଁ ବାହାର ଲୋକଙ୍କୁ ଜମି ଦିଅନ୍ତୁ ନାହିଁ। ଫାଇନ ନେଇ ଗଞ୍ଜେଇ ଚାଷ ନଷ୍ଟ କରୁଥିବା ପୋଲିସକୁ ସେହି ଅଞ୍ଚଳରୁ ତଡ଼ିବାକୁ ମଧ୍ୟ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ପ୍ରକୃତରେ ଏହି ପୋଷ୍ଟରଟି ମାଓବାଦୀ ଲଗାଇଛନ୍ତି ନା ଆଉ କିଏ ଲଗାଇଛି, ତାର ତଦନ୍ତ ମନମୁଣ୍ଡା ପୋଲିସ କରୁଛି ।