ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍କାଉଣ୍ଟରେ ୪ଜଣ ଟପ୍ ମାଓବାଦୀ ନିହତ ହୋଇଛନ୍ତି।
ଏପରି କି ଏନ୍କାଉଣ୍ଟରରେ ୧୫ ଲକ୍ଷ ପୁରସ୍କାର ଥିବା ମାଓବାଦୀ ସହଦେବ ମହତୋଙ୍କ ସମେତ ୩ଜଣ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ନିହତଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଏକେ ୪୭ ସହ ବିପୁଳ ପରିମାରଣ ବିସ୍ଫୋରକ ଜବତ କରାଯାଇଛି।ଏନ୍କାଉଣ୍ଟର ପରେ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।