ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୫ ଯବାନ ଶହୀଦ

ମାଲକାନଗିରି,୨୪ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର କନହର ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି। ଫଳରେ ୫ଜଣ ଯବାନ ଶହୀଦ ହେବା ସହ ୮ଜଣ ଗୁରୁତର ହୋଇଛନ୍ତି। ୨୧ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ୫ଶହୀଦ ଯବାନଙ୍କ ମଧ୍ୟରେ ଜଣେ ଗାଡ଼ିଚାଳକ ହୋଇଥିବା ବେଳେ ଅନ୍ୟ ୪ଜଣ ଡିଆର୍‌ଜି ଯବାନ ରହିଛନ୍ତି। ଖବରରୁ ପ୍ରକାଶ, ଏକ ବସ୍‌ରେ ୪୦ଜଣ ଯବାନ ମଙ୍ଗଳବାର ସକାଳେ କୋମ୍ବିଂ ଅପରେଶନରେ କନହର ଜଙ୍ଗଲକୁ ଯାଇଥିଲେ। ମଧ୍ୟାହ୍ନରେ ସେମାନେ ଫେରୁଥିବା ବେଳେ ସେମାନଙ୍କୁ ଟାର୍ଗେଟ୍‌ କରି ମାଓବାଦୀମାନେ ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଟାର୍ଗେଟ୍‌ ସ୍ଥାନରେ ବସ୍‌ଟି ପହଞ୍ଚବା ପରେ ବିସ୍ଫୋରଣ ହୋଇଥିଲା। ଗୁରୁତର ଆହତ ଯବାନଙ୍କୁ ସ୍ଥାନୀୟ ନାରାୟଣପୁର ଚିକିସତ୍ାଳୟରେ ଚିକିସତ୍ା କରାଯାଉଛି। ବିସ୍ଫୋରଣରେ ବସ୍‌ଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ଜୋର୍‌ଦାର କରାଯାଇଛି। ଅଞ୍ଚଳର ସମସ୍ତ ସୀମା ସିଲ୍‌ ହୋଇଥିବା ଡିଜି(ମାଓବାଦୀ ଅପରେଶନ) ଅଶୋକ ଜୁନେଜା ସୂଚନା ଦେଇଛନ୍ତି।