ବୌଦ୍ଧରେ ଲାଗିଲା ମାଓବାଦୀ

ବୌଦ୍ଧ,୯।୧: ବୌଦ୍ଧ ଜିଲା  ମନମୁଣ୍ଡା ବାଇପାସ ରାସ୍ତାର ନୁର୍ପା ଛକ ଅଞ୍ଚଳରେ ମଙ୍ଗଳବାର ସକାଳ  ସମୟରେ ମାଓବାଦୀପୋଷ୍ଟର ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ମନମୁଣ୍ଡା ଥାନା ଅନ୍ତର୍ଗତ ନୁର୍ପା ଛକରେ କେକେବିଏନ୍‌ ଡିଭିଜନ ପକ୍ଷରୁ ମାଓବାଦୀ ପୋଷ୍ଟର ରାସ୍ତାରେ ପକାଯାଇଛି। ମାଓବାଦୀପୋଷ୍ଟର ଗୁଡିକରେ ୮ଟି ଦାବି ଉଲ୍ଲେଖ ରହିଛି। ଜିଲାରେ ମଦ ବିକ୍ରି, ଗଞ୍ଜେଇ ଚାଷ ସମ୍ପୂର୍ଣ ବନ୍ଦ କରିବା ଆହ୍ବାନ ଦେବା ସହିତ ମଦ ଓ ଗଞ୍ଜେଇ ମାଫିଆଙ୍କୁ ଦଣ୍ଡ ଦେବା ନେଇ ଉଲ୍ଲେଖ ରହିଛି । ଭୂମିହୀନଙ୍କୁ ଜମି ଯୋଗାଇବା, ବେକାରୀ ଯୁବକମାନଙ୍କୁ ନିଯୁକ୍ତି ଦେବା, ନହେଲେ ବେକାରୀ ଭତ୍ତା ଦେବାକୁ ଦାବି କରାଯାଇଛି । ଦିନକୁ ଦିନ ମାଓବାଦୀଙ୍କ ଗତିବିଧି ବଢୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ବଢ଼ିବାରେ ଲାଗିଛି।