ମାଓବାଦୀ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

ଭବାନୀପାଟଣା,୧୦ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେପୁର ଥାନା ଅଞ୍ଚଳର ପାହାଡ଼ପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ଥିବା ଖବର ପାଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ’ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଓ ଏସ୍‌ଓଜି ଯବାନ ଅଞ୍ଚଳରେ କମ୍ବିଂ ଅପରେଶନ କରିଥିଲେ। ଏହି ସମୟରେ କାଞ୍ଚନମୁହିଁ ଗ୍ରାମ ନିକଟରେ ସେମାନେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଥିବାବେଳେ ଯବାନଙ୍କୁ ଦେଖି ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଅନ୍ୟପଟେ ମାଓବାଦୀ କ୍ୟାମ୍ପରୁ ବହୁ ସାମଗ୍ରୀ ଜବତ ହୋଇଥିବା ଏସ୍‌ପି ଏକ ବିବୃତିରେ ସୂଚନା ଦେଇଛନ୍ତି।

ପ୍ରକାଶ ଯେ,ଉପରୋକ୍ତ ଅଞ୍ଚଳରେ ଏସ୍‌ଓଜି ଯବାନ ଓ ପୋଲିସ ଦ୍ୱାରା ଗତ ୯ ତାରିଖରୁ କମ୍ବିଂ ଅପରେଶନ ଆରମ୍ଭ କରାଯାଇଥିଲା। କାଞ୍ଚନମୁହିଁ ଗ୍ରାମ ନିକଟରେ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲିଥିବା ଦେଖିବାକୁ ପାଇଥିଲେ। ଯବାନମାନଙ୍କୁ ଦେଖି କ୍ୟାମ୍ପ ଛାଡ଼ି ମାଓବାଦୀମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ଯବାନମାନେ ଉକ୍ତ କ୍ୟାମ୍ପକୁ ନଷ୍ଟ କରିଦେଇଥିଲେ। ଉକ୍ତ କ୍ୟାମ୍ପରୁ ତଲାସି କରିବା ସମୟରେ ୯ଟି ଡିଟୋନେଟର, ୨ଟି ଆଇଇଡି, କମ୍ବଳ, ବିୁଦ୍ୟତ୍‌ତାର, ଔଷଧ ଆଦି ସହିତ ବହୁ ମାଓବାଦୀ ସାମଗ୍ରୀ ଓ ମାଓବାଦୀ ପୁସ୍ତିକା ଜବତ କରାଯାଇଥିଲା। ଏହି କ୍ୟାମ୍ପରେ ୧୦ରୁ ଊର୍ଦ୍ଧ୍ୱ ମାଓବାଦୀ ଥିବା ଜଣାପଡ଼ିଛି। ଏହି ମାଓବାଦୀ କ୍ୟାମ୍ପ କଳାହାଣ୍ଡି ଜିଲାର ବିଜିଏମ ଡିଭିଜନ ଓ ନିୟମଗିରି ଡିଭିଜନ ଦ୍ୱାରା ପରିଚାଳିତ ହେଉଥିବା ପୋଲିସ ଜବତ କରିଥିବା ମାଓବାଦୀ ଲିଫ୍‌ଲେଟ୍‌ ଜାଣିବାକୁ ପାଇଛି। ଏହି କ୍ୟାମ୍ପରେ ନିୟମଗିରି ଡିଭିଜନର ଦୁର୍ଦ୍ଦାନ୍ତ ମାଓବାଦୀ ନେତା ଇନ୍ଦୁ ମାଝି ଓ କୁନୀ ମାଝି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବର୍ତ୍ତମାନ ଉକ୍ତ ଅଞ୍ଚଳ ଓ ତା’ର ଆଖପାଖ ଜଙ୍ଗଲକୁ ଯବାନମାନେ ଘେରାଉ କରି ରଖିବା ସହିତ ସର୍ଚ୍ଚ ଅପରେସନ ଜୋରଦାର କରିଥିବା ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri