ଟ୍ରକ୍‌ ପୋଡି ଦେଲେ ମାଓବାଦୀ

କୋରୁକୋଣ୍ଡା,୯।୮(ଡି.ଏନ୍‌.ଏ.): ଛତିଶଗଡ଼ ସୁକମା ଜିଲାରେ ପୁଣି ମାଓବାଦୀ ହିଂସା ଦେଖାଦେଇଛି। କାମରେ ନିୟୋଜିତ ଥିବା ଏକ ଟ୍ରକକୁ ମାଓବାଦୀମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଲଗାଣ ବର୍ଷା ଯୋଗୁ ସୁକମା ଜିଲା ସୀମାନ୍ତରେ ଯାଇଥିବା ଗୋଦାବରୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ କିଷ୍ଟରାମ ଥାନା ଅଧୀନ କାସାରାମ ଗ୍ରାମରେ ନିର୍ମାଣ ହୋଇଥିବା ବ୍ରିଜ ଧୋଇ ଯାଇଥିଲା। ଏନେଇ ଠିକାଦାରକୁ ତୁରନ୍ତ ମରାମତି କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଠିକାଦାର ସୁରକ୍ଷା କର୍ମୀଙ୍କୁ ଅବଗତ ନ କରାଇ କାମ ଆରମ୍ଭ କରିଥିଲେ। ମଙ୍ଗଳବାର କାମରେ ପାଇଁ ଆସିଥିବା ଏକ ଟ୍ରକକୁ ମାଓବାଦୀମାନେ ନିଆଁ ଲଗାଇ ପୋଡି ଦେବା ସହ ବ୍ରିଜ କାମକୁ ବିରୋଧ କରିଥିଲେ। କାମକୁ ତୁରନ୍ତ ବନ୍ଦ କରିବାକୁ ମାଓବାଦୀମାନେ ଚେତାବନୀ ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।