କଲ୍ୟାଣସିଂହପୁର ଅଞ୍ଚଳରେ ମାଓବାଦୀ ବ୍ୟାନର

ରାୟଗଡା ଅଫିସ, ୨୩|୧: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ପୁଣି ମାତିଲେ ମାଓବାଦୀ। କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗାଁରେ ଏସ୍‌ଭିଏସ୍‌ଏମ୍‌ସି ଠିକା କମ୍ପାନୀର କ୍ୟାମ୍ପରେ ଥିବା ଟ୍ରକ୍‌ ସେମାନେ ଜାଳିଦେଇଛନ୍ତି। କଲ୍ୟାଣସିଂହପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ମିଳିଛି।
ସୂଚନାନୁସାରେ ଶୁକ୍ରବାର ରାତିରେ ଏକ ଶବ୍ଦ ଶୁଣି କ୍ୟାମ୍ପର ପିଅନ ଉଠି ପଡ଼ିଥିଲେ। ଏହି ସମୟରେ ଟ୍ରକ୍‌ ଜଳୁଥିବାର ଦେଖି ସେ ଗ୍ରାମବାସୀଙ୍କୁ ଡାକିଥିଲେ। ସମସ୍ତେ ମିଶି ନିଆଁକୁ ଆୟତ୍ତ କରିଥିଲେ। ଶିକରପାଇ ରାସ୍ତାରେ ଥିବା ଏକ ବରଗଛ, କଲ୍ୟାଣସିଂହପୁର ତହସିଲ ଅଫିସ ଆଗରୁ ମାଓବାଦୀ ପୋଷ୍ଟର ଓ ବ୍ୟାନର ମିଳିଛି। ଉକ୍ତ ବ୍ୟାନରରେ ଆମ ସାଥୀଙ୍କୁ ହଇରାଣ କରାଯାଉଛି, ସେଥିପାଇଁ ବାହାରକୁ ଆସିବାକୁ ବାଧ୍ୟ ହେଲୁ। ୱାର୍ଡ ସଭ୍ୟରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦଲାଲି କରୁଛନ୍ତି। ଠିକ୍‌ କାମ ନ କଲେ ହତ୍ୟା କରାଯିବ। ଆଡ଼ିବନ୍ଧ, କେନାଲ, ପୋଖରୀ ଆଦି କାମକୁ ବିରୋଧ କରାଯାଇଛି। ବ୍ୟାନରଟି ସିପିଆଇ(ଏମ୍‌) ପକ୍ଷରୁ ଲଗାଯାଇଛି। ଘଟଣାସ୍ଥଳରେ ରାୟଗଡ଼ା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ, କଲ୍ୟାଣସିଂହପୁର ଥାନାଧିକାରୀ ସୁକୁମା ହଁାସଦା ପହଞ୍ଚତ୍ ପୋଷ୍ଟର ବାହାର କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲକ୍ଷ ଟଙ୍କାର ମୋବାଇଲ ଚୋରି କରିନେଲେ ଦୁର୍ବୃତ୍ତ

ମୁନିଗୁଡ଼ା,୧୯ା୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନ ରୋଡ୍‌ ହନୁମାନ ବଜାରରେ ବୁଧବାର ରାତିରେ ଗୋଟିଏ ମୋବାଇଲ ଦୋକାନ ଉପର ଟିଣ ଭାଙ୍ଗି ପ୍ରାୟ ୫...

ସୁଇସାଇଡ୍‌ ନୋଟ୍‌ ଲେଖି ଦୁଇ ଛାତ୍ରୀ ନିଖୋଜ

ରାୟଗଡ଼ା ଅଫିସ,୬।୨: ରାୟଗଡ଼ା ସହରର ନିଉ କଲୋନୀସ୍ଥିତ ଏକ ସ୍କୁଲରେ ପଢୁଥିବା ଦୁଇ ଛାତ୍ରୀ ଗୁରୁବାର ଭୋର୍‌ରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଅଭିଭାବକଙ୍କୁ ରୁମ୍‌ରେ ତାଲା...

ଅବ୍ୟବସ୍ଥାରେ ଗୁଡ଼ାରି ଶିଶୁ ଉଦ୍ୟାନ

ଗୁଡ଼ାରି,୨ା୯(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଡାରି ସହରର ପିଲାଙ୍କ ଆମୋଦ ପ୍ରମୋଦ ନିମନ୍ତେ ଏନ୍‌ଏସି ପକ୍ଷରୁ ୨୦୨୧ ଅଗଷ୍ଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏକ ଶିଶୁ ଉଦ୍ୟାନ ସ୍ଥାପିତ...

୩ ସନ୍ତାନ ଥିବାରୁ କାନାକୋଟ ସରପଞ୍ଚଙ୍କ ପଦବୀ ଅସିଦ୍ଧ

ନବରଙ୍ଗପୁର,୩ା୧(ବି.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ କାନାକୋଟ ପଞ୍ଚାୟତ ସରପଞ୍ଚ ଜଗ ଭତରାଙ୍କ ୩ଟି ସନ୍ତାନ ଥିବାରୁ ତାଙ୍କ ପଦବୀକୁ ଜିଲାପାଳ ତଥା ଜିଲା...

ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ତେଜିଲା

ମୁନିଗୁଡ଼ା,୧୦ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ବ୍ୟବସାୟୀ ନଗରୀ ମୁନିଗୁଡାକୁ ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି। ଶୁକ୍ରବାର ଏହି ଦାବି ନେଇ ସ୍ଥାନୀୟ...

ସହରରେ ଚୋରି ବଢ଼ୁଛି, ଟେର୍‌ ପାଉନି ପୋଲିସ

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧।୩:  ରାୟଗଡ଼ା ଜିଲା ସଦର ମହକୁମାରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ପୋଲିସ କାର୍ଯ୍ୟାଳୟ ସମେତ ବହୁ ଜିଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ...

ଡଙ୍ଗରିଆଙ୍କୁ ରୋଜଗାର ଦେଉଛି ସିଆଳି ପତ୍ର

ବିଷମ କଟକ,୫ା୫(ଡି.ଏନ୍‌.ଏ.): ନିୟମଗିରି ପାହାଡରେ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି। ପାହାଡ଼ ଉପରେ ରାୟଗଡ଼ା ଜିଲା ଅଧୀନ ୩ଟି ବ୍ଲକ ଅନ୍ତର୍ଗତ...

ଖୋଲୁନି ମଣ୍ଡି: ଗାଁରେ ଦଲାଲଙ୍କ ରାଜ୍‌

ବିଷମକଟକ, ୩୧।୧(ଡ଼ି.ଏନ.ଏ) – ସରକାର କୃଷକମାନଙ୍କ ଆର୍ଥତ୍କ ଅଭିବୃଦ୍ଧିର ବିକାଶ ଦିଗରେ ଗୁରୁୁତ୍ୱାରୋପ କରି ବିଭିନ୍ନ କିସମର ଚାଷ କରିବା ନିମନ୍ତେ ଚାଷୀକୁ ପ୍ରୋତ୍ସାହନ ଦେଉଛନ୍ତି।...

Advertisement
Archives

Model This Week