ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ୍‌ ଦେବେ ପବନଦୀପ-ଅରୁଣିତା

ଟିଭି ରିଏଲିଟି ଶୋ’ ଇଣ୍ଡିଆନ ଆଇଡଲ ୧୨ର ବିଜେତା ପବନଦୀପ ରାଜନ ଏବଂ ଶୋ’ର ପ୍ରଥମ ରନର୍‌ ଅପ ଅରୁଣିତା କାଞ୍ଜିଲାଲ ଏବେ ପୁଣି ଚର୍ଚ୍ଚାରେ। ରିଆଲିଟି ଶୋ’ ଶେଷ ହେବା ପରେ ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି। ପବନ-ଅରୁଣିତା ଅନେକ ଗୀତରେ ସ୍ବର ଦେଇଛନ୍ତି। ଏଥର ସେ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ସରପ୍ରାଇଜ୍‌ ଦେବାକୁ ପ୍ରସ୍ତୁତ ହେଉଛନ୍ତି।
ଇଣ୍ଡିଆନ ଆଇଡଲ ୧୨ ସମୟରେ ପବନଦୀପ ଏବଂ ଅରୁଣିତାଙ୍କ ଯୋଡିକୁ ନେଇ ଚର୍ଚ୍ଚା ହେଉଥିଲା। ତେବେ ଦୁହେଁ, ଏହି ଖବରକୁ ସମ୍ପୂର୍ଣ୍ଣ ଗୁଜବ ବୋଲି କହିଥିଲେ। ଅନେକ ସାକ୍ଷାତକାରରେ ଉଭୟ ସ୍ପଷ୍ଟ କରିଥିଲେ ଯେ ଉଭୟ କେବଳ ଭଲ ବନ୍ଧୁ। କିନ୍ତୁ ପ୍ରଶଂସକ ଚାହାଁନ୍ତି ରିଲ୍‌ ନୁହେଁ ରିୟଲରେ ମଧ୍ୟ ଏହି ଯୋଡି ରହୁ। ଏବେ ପ୍ରଶଂସକଙ୍କ ଏହି ଇଚ୍ଛା ପୂରଣ କରିବାକୁ ଯାଉଛନ୍ତି ପବନଦୀପ ଏବଂ ଅରୁଣିତା। କିନ୍ତୁ ରିୟଲରେ ନୁହେଁ, ବରଂ ରିଲ ଲାଇଫରେ ଏହା ଘଟିବାକୁ ଯାଉଛି। ଦୁହେଁ ଏକ ନୂଆ ଗୀତ ରିଲିଜ କରିବାକୁ ଯାଉଛନ୍ତି, ଯେଉଁଥିରେ ଉଭୟ ନିଜ ସ୍ବର ଦେବା ସହିତ ପ୍ରଥମ ଥର ଅଭିନୟ କରୁଥିବା ଦେଖିବାକୁ ମିଳିବ। ଏହି ଗୀତର ଲିରିକ୍ସ ହେଉଛି-‘ମଞ୍ଜୁର ଦିଲ’, ଯାହାର ଟିଜର ନିକଟରେ ରିଲିଜ ହୋଇଛି। ଏହି ଗୀତରେ ଉଭୟ ନିର୍ବନ୍ଧ କରିଥିବା ନଜର ଆସିଛନ୍ତି।
ଏହି ଟିଜରରେ ପବନ ଅରୁଣିତାଙ୍କୁ ତାଙ୍କ ହୃଦୟକୁ କହୁଥିବାର ନଜର ଆସିଛନ୍ତି। ଟିଜରରେ ପଓ୍ବନ ଅରୁଣିତାଙ୍କୁ କୁହନ୍ତି, ଗୋଟିଏ କଥା ପଚାରିବି …ପରେ ଅରୁଣିତା କୁହନ୍ତି, ହଁ, ପଚାର …ପବନ କୁହନ୍ତି – ମୋର ସାତ୍‌ ଦେବ ନା, ଏହା ଉପରେ ଅରୁଣିତା କୁହନ୍ତି ସର୍ବଦା ଦେବି …। ଉଭୟଙ୍କ ଏହି ରୋମାଣ୍ଟିକ ଗୀତ ୨୩ ଅକ୍ଟୋବରରେ ମୁକ୍ତିଲାଭ କରିବ।

Share