ବିକାଶଠାରୁ ଦୂରରେ ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୩ା୨(ଡି.ଏନ୍‌.ଏ.): ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏବେ ବି ଆନ୍ଧ୍ର ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଅନେକ ଗ୍ରାମ ବିକାଶଠୁ ବହୁ ଦୂରରେ ରହିଛି। କେଉଁଠି ପାନୀୟ ଜଳ ସମସ୍ୟା ତ ଆଉ କେଉଁଠି ରାସ୍ତା ଘାଟ ନ ଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି। ଲୋକେ ୧୦ରୁ ୧୫ କି.ମି. ଚାଲି ଚାଲି ରାଶନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତା ଆଣୁଥିବା ବେଳେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ସମସ୍ୟା ଭୋଗୁଛନ୍ତି। ସେହିପରି ଆବାସ, ଶିକ୍ଷା, ସ୍ବାସ୍ଥ୍ୟସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଯାହାର ଏକ ଉଦାହରଣ ହେଉଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ଅନ୍ତର୍ଗତ ଚାପୁଲପଡା ଗ୍ରାମ।

ଚାପୁଲପଡ଼ା ଗ୍ରାମକୁ ପାହାଡିଆ ପଥୁରିଆ ବଣ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ହିଁ ଯିବାକୁ ପଡ଼େ। ଏହି ରାଜସ୍ବ ଗ୍ରାମର ୫ଟି ପଡାସାହିରେ ମୋଟ ୧୦୦ ପରିବାର ବସବାସ କରୁଛନ୍ତି। ଲୋକ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ୱ। ଗ୍ରାମରେ କାହାର ଦେହ ଖରାପ ହେଲେ କିମ୍ବା ଗର୍ଭବତୀଙ୍କ ପ୍ରସବ ଅସୁବିଧା ହେଲେ ଗୁଣିଆ ଏକମାତ୍ର ଭରସା। ସ୍ବାସ୍ଥ୍ୟସେବା କହିଲେ ମାସକୁ ଥରେ ମାତ୍ର ସ୍ବାସ୍ଥ୍ୟକର୍ମୀ ଗ୍ରାମକୁ ଆସିଥାନ୍ତି। ସେମାନେ ଆସିବା ବେଳେ ଯେଉଁ ଲୋକଙ୍କ ଦେହ ଖରାପ ଥିବ କିଛି ଔଷଧ ଦେଇ ପଳାଇଥାନ୍ତି। ସେହିପରି ଗର୍ଭବତୀ, କୋମଳମତି ଶିଶୁ ପୁଷ୍ଟିକର ଖାଦ୍ୟ ଓ ପ୍ରାକ୍‌ ଶିକ୍ଷା ଠିକ୍‌ ଭାବେ ପାଇ ପାରୁନାହାନ୍ତି। ଅଙ୍ଗନଓ୍ବାଡି କର୍ମୀ ଦୁଇ ମାସରେ ଥରେ ଗାଁକୁ ଆସନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଶିଶୁ ଓ ଗର୍ଭବତୀଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଯାଉଛି କୁଆଡେ? ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିବା କଷ୍ଟକର। ଗାଁକୁ ଯିବାକୁ ହେଲେ କେମାଗୁରୁଠାରୁ ଛୋଟ ବଡ ନାଳ ଓ ପଥୁରିଆ ପାହାଡିଆ ରାସ୍ତା ପାର ହେବାକୁ ପଡ଼େ। ବର୍ଷାଦିନେ ଗ୍ରାମବାସୀ ନା କେଉଁଠିକୁ ଯାଇପାରିବେ ନା ଗ୍ରାମକୁ କେହି ଆସିପାରୁଛନ୍ତି। ମୌଳିକ ସୁବିଧା କହିଲେ ଅନେକ ବର୍ଷ ପୂର୍ବରୁ ଗ୍ରାମରେ ଗୋଟିଏ ମାତ୍ର ନଳକୂପ ରହିଛି, ଯାହାକି ବର୍ତ୍ତମାନ ଅଚଳ ହୋଇପଡିଛି। ତେଣୁ ଝରଣା ପାଣି ଗ୍ରାମବାସୀଙ୍କ ଭରସା। ବର୍ଷାଦିନେ ଝରଣା ପାଣି ଦୂଷିତ ହେଲେ ମଧ୍ୟ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ବାଧ୍ୟ ହୋଇ ତାହାକୁ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ରୋଗରେ ପଡୁଥିବା କୋହଭରା କଣ୍ଠରେ କହିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀଙ୍କ ରାଜୁତି ଚାଲୁଥିବା କାରଣରୁ ବିକାଶ ହୋଇପାରୁ ନ ଥିଲା କିମ୍ବା ସରକାରୀ ବାବୁମାନଙ୍କ ପାଦ ପଡୁ ନଥିଲା। ତେବେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ସୀମା ସୁରକ୍ଷା ବଳ ନିୟୋଜିତ ହେବା ପରେ ଆଉ ମାଓବାଦୀଙ୍କ ହିଂସା ଦେଖିବାକୁ ମିଳୁ ନ ଥିଲେ ମଧ୍ୟ ସରକାରୀ ବାବୁମାନଙ୍କ ପାଦ ପଡୁନାହିଁ। କେବଳ ଚାପୁଲପଡ଼ା ନୁହେଁ ଖଇରପୁଟ ବ୍ଲକ ଅଞ୍ଚଳରେ ଅନେକ ଏପରି ଗ୍ରାମ ଅଛି, ଯେଉଁଠି ଲୋକେ ବର୍ଷ ବର୍ଷ ଧରି ଦୁଦ୍ଦର୍ର୍ଶାରେ ଦିନ କାଟୁଛନ୍ତି। କିନ୍ତୁ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ନିର୍ବାଚନ ଆସିଲେ ଗ୍ରାମରେ ମାଳ ମାଳ ନେତା ମନ୍ତ୍ରୀଙ୍କ କେବଳ ପ୍ରତିଶ୍ରୁତି ଦେଇଯାଆନ୍ତି। ତୁରନ୍ତ ଏହି ଗ୍ରାମର ସମସ୍ୟା ସମାଧାନ ନ ହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri