ବହୁ ଟ୍ରେନ୍‌ ରଦ୍ଦ, ଦିଗ ପରିବର୍ତ୍ତନ

ଯାଜପୁର ଅଫିସ,୧୯।୬: ଅଗ୍ନିପଥ ଯୋଜନାରେ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରତିବାଦରେ ଦେଶରେ ଆନ୍ଦୋଳନ କ୍ରମଶଃ ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ପୂର୍ବତଟ ରେଳପଥ ଅନ୍ତର୍ଗତ ବିଭିନ୍ନ ଯାତ୍ରୀବାହୀ ଟ୍ରେନ ଆଂଶିକ ରଦ୍ଦ ଓ ଦିଗ ପରିବର୍ତ୍ତନ ହୋଇଛି। ସୂଚନା ଅନୁଯାୟୀ ୦୮୪୩୯ ପୁରୀ-ପାଟନା ଏକ୍ସପ୍ରେସ, ୦୮୫୨୨ ବିଶାଖାପାଟଣା-ଗୁଣପୁର ସ୍ପେଶାଲ, ୦୮୫୨୧ ଗୁଣପୁର-ବିଶାଖାପାଟଣା ସ୍ପେଶାଲ, ୧୮୫୫୧ ବିଶାଖାପାଟଣା-କିରାଣ୍ଡୁଲ ଏକ୍ସପ୍ରେସ, ୧୭୨୪୦ ବିଶାଖାପାଟଣା-ଗୁଣ୍ଟୁର ସୀମାଦ୍ରି ଏକ୍ସପ୍ରେସ, ୧୨୮୦୭ ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ, ୨୨୮୧୯ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ୨୨୮୨୦ ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି, ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ, ୧୭୨୬୮ ବିଶାଖାପାଟଣା-କାକିନାଡା ପୋର୍ଟ ଏକ୍ସପ୍ରେସ, ୨୨୮୦୫ ଭୁବନେଶ୍ୱର-ଆନନ୍ଦବିହାର ସୁପରଫାଷ୍ଟ ଭାୟା ସମ୍ବଲପୁର ସିଟି, ୧୮୩୦୯ ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସ, ୧୨୮୧୫ ପୁରୀ-ଆନନ୍ଦବିହାର-ନନ୍ଦନକାନନ ଏକ୍ସପ୍ରେସ, ୧୨୮୦୧ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ, ୧୨୮୧୬ ଆନନ୍ଦବିହାର-ପୁରୀ-ନନ୍ଦନକାନନ ଏକ୍ସପ୍ରେସ, ୧୮୪୨୦ ଜୟନଗର-ପୁରୀ ଏକ୍ସପ୍ରେସ, ୧୭୨୬୭ କାକିନାଡା ପୋର୍ଟ-ବିଶାଖାପଟନମ ଏକ୍ସପ୍ରେସ୍‌କୁ ଶନିବାରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ରଦ୍ଦ କରାଯାଇଛି। ସେହିପରି ୧୮୫୫୧ କିରାଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଓ ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ, ୦୮୪୪୦ ପାଟନା-ପୁରୀ ଏକ୍ସପ୍ରେସ, ୧୭୨୩୯ ଗୁଣ୍ଟୁର-ବିଶାଖାପାଟଣା ସୀମାଦ୍ରି ଏକ୍ସପ୍ରେସ ରବିବାରଠାରୁ ରଦ୍ଦ କରାଯାଇଛି। ୨୦୮୨୩ ପୁରୀ-ଆଜମେର ଏକ୍ସପ୍ରେସ, ୧୨୮୦୮ ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ, ୨୨୮୦୬ ଆନନ୍ଦବିହାର-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ୨୦ ତାରିଖ ଏବଂ ୨୦୮୨୪ ଆଜମେର-ପୁରୀ ଏକ୍ସପ୍ରେସ ୨୩ ତାରିଖରୁ ରଦ୍ଦ ହୋଇଛି। ସେହିପରି ପୂର୍ବତଟ ରେଳପଥ ଦେଇ ଅତିକ୍ରମ କରୁଥିବା ଟ୍ରେନଗୁଡିକ ଯଥା ୧୨୨୫୩ ଯଶବନ୍ତପୁର-ଭାଗଲପୁର ଏକ୍ସପ୍ରେସ ୧୮ ତାରିଖ, ୨୨୬୪୩ ଏର୍ନାକୁଲମ-ପାଟନା ଏକ୍ସପ୍ରେସ ୨୦ ତାରିଖ, ୧୮୦୪୫ ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ ୧୯ ତାରିଖ ଚଳାଚଳ ରଦ୍ଦ ହୋଇଛି। ପୂର୍ବତଟ ରେଳପଥ ଡିଭିଜନରୁ ଛାଡୁଥିବା ୩ ପ୍ରମୁଖ ଟ୍ରେନ ବିଶାଖାପାଟଣା ସ୍ଥଳେ ଅନକାପାଲିଠାରୁ ଛାଡ଼ିବ। ଏହାବାଦ ୧୦ଟି ପ୍ରମୁଖ ବାଉଣ୍ଡ ଟ୍ରେନ ଆଂଶିକ ଭାବେ ରଦ୍ଦ କରାଯାଇଛି। ଅନ୍ୟପକ୍ଷେ ୮ଟି ଟ୍ରେନ, ଯାହାକି ବିଶାଖାପାଟଣା ଦେଇ ଯିବା କଥା ତାହା ଦିଗ ପରିବର୍ତ୍ତନ କରି ଉତ୍ତର ସୀମାଞ୍ଚଳମ ଓ ଦୁଭାଡ଼ା ଦେଇ ଅତିକ୍ରମ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ ଯୋଗୁ ଟ୍ରେନ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ହିଂସାକୁ ଦୃଷ୍ଟିରେ ରଖି ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନରେ ଆର୍‌ପିଏଫ୍‌ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri