Posted inଜାତୀୟ

ପୁଣି କଂଗ୍ରେସକୁ ଫେରିଲେ ଜମ୍ମୁ-କଶ୍ମୀରର ବହୁ ବରିଷ୍ଠ ନେତା

ନୂଆଦିଲ୍ଲୀ,୬।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ଜମ୍ମୁ-କଶ୍ମୀରର ଅନେକ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ପରେ ଅନେକ ନେତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତେବେ ଶୁକ୍ରବାର ଜମ୍ମୁ-କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ସହ ପୂର୍ବତନ ମନ୍ତ୍ରୀ ପିରଜାଦା ମହମ୍ମଦ ସୟିଦ, ମୁଜାଫର ପାରି, ବଲଓ୍ବାନ ସିଂଙ୍କ ସମେତ ବହୁ ବରିଷ୍ଠ ନେତା କଂଗେସରେ ଯୋଗ ଦେଇଛନ୍ତି। ତେବେ କଂଗ୍ରେସ ପାଇଁ ଏହା ବଡ ଦିନ ବୋଲି ସଂଗଠନର ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଖବରଦାତା ସମ୍ମିଳନୀରେ କହିଛନ୍ତି।

ସୂଚନାଯୋଗ୍ୟ, ଗୁଲାମ ନବୀ ଆଜାଦ, ଚାନ୍ଦ ଏବଂ ବଲୱାନ ସିଂ ସମେତ ଅନେକ ନେତା କଂଗ୍ରେସ ଛାଡିଥିଲେ। ପରବର୍ତ୍ତୀ ସମୟରେ ଆଜାଦ ଡେମୋକ୍ରାଟିକ ପାର୍ଟି ଗଠନ କରିଥିଲେ। ହେଲେ ପାର୍ଟି ବିରୋଧୀ କାର୍ଯ୍ୟ ଯୋଗୁ ଆଜାଦ କଂଗ୍ରେସରେ ଯୋଗ ଦେଇଥିବା ଏହି ନେତାଙ୍କୁ ଗତ କିଛି ଦିନ ତଳେ ଦଳରୁ ବହିଷ୍କୃତ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri