Posted inଫୁରସତ

ରାସ୍ତାକଡ଼ରେ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳ ତଳୁ ବାହାରିଲେ ଅନେକ ମୂଷା: ଭୟଙ୍କର ଭିଡିଓ ଦେଖିଲେ ଲୋମଟାଙ୍କୁରି ଉଠିବ

ନ୍ୟୁୟର୍କ ସିଟି ମେଟ୍ରୋ ଷ୍ଟେଶନରେ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ କମ୍ବଳ ଘୋଡାଇ ହୋଇ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳରୁ ପ୍ରବଳ ମୂଷା ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟିକ୍‌ଟକ୍‌ ୟୁଜର୍ସ @ six4bk78 ଙ୍କ ଏହାର ଭିଡିଓ ଶେୟାର କରିଥିଲେ।
ଟିକ୍‌ଟକ୍‌ ୟୁଜର୍ସ ଭିଡିଓ ଶୁଟିଂ କରୁଥିବା ସମୟରେ କମ୍ବଳ ଘୋଡାଇ ହୋଇ ଶୋଇଥିବା ଭୂମିହୀନ ବ୍ୟକ୍ତିଙ୍କ ନିକଟକୁ ଯାଇ କହନ୍ତି, ‘ୟୋ’। ଏହା ପରେ କମ୍ବଳ ହଲଚଲ ହେବାକୁ ଲାଗିଥିଲା। ବ୍ୟକ୍ତିଜଣଙ୍କ କମ୍ବଳ ଟିକେ କାଢିବା ପରେ ଯାହା ଘଟିଲା ତାହା ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା। ହଠାତ୍‌ କମ୍ବଳ ତଳୁ ଅନେକ ମୂଷା ଦୌଡିବାକୁ ଲାଗିଥିଲେ।
ଟିକ୍‌ଟକ୍‌ ୟୂଜର୍ସ ଭିଡିଓ କ୍ୟାପସନରେ ଲେଖିଛନ୍ତି, ନ୍ୟୁୟର୍କରେ ମୂଷା ଏବଂ ଭୂମିହୀନ ସଙ୍କଟ ବିଷୟରେ କ‘ଣ କରାଯାଉଛି। ୨୪ ଘଣ୍ଟାରେ ଏହି ଭିଡିଓ ପ୍ରାୟ ସାତ ଲକ୍ଷ ଥର ଦେଖାଯାଇଥିଲା ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅନେକ ପ୍ରତିକ୍ରିୟା ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ଦେବାରେ ବିଳମ୍ବ ହେଲା ବୋଲି ବାପାଙ୍କ ବେକରେ ଛିଡ଼ା ହୋଇ ପଡ଼ିଲେ ପୁଅ, ଚାଲିଗଲା ଜୀବନ

କେନ୍ଦୁଝର,୧୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଇବାକୁ ନେଇ ଏକମାତ୍ର ପୁଅ...

ନିର୍ମାଣ କାର୍ଯ୍ୟରେ ତ୍ରୁଟି, ଦୁର୍ଘଟଣା ସ୍ପଟ୍‌ ପାଲଟିଛି ପୋଲ

ଖଜୁରୀପଡ଼ା,୧୨ା୧୧(ବିଦୁର ବେହେରା): ସରକାର ରାସ୍ତା, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଏବଂ...

ଚିକିତ୍ସା ପାଇଁ ନିଖୋଜ ଥିଲେ ବୃଦ୍ଧ, ୧୫ ଦିନ ପରେ ମିଳିଲା ମୃତଦେହ

ବାଲିଗୁଡ଼ା,୧୨ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର...

ଦରମାରେ ଚଳିପାରୁନାହାନ୍ତି ମାସଯାକ? ଏହି ସାଇଡ୍‌ ବିଜନେସରେ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ଦରମା ମାସ ସରୁ ସରୁ ସରି ଯାଉଛି। ଏବଂ ଆପଣ ଆପଣଙ୍କର ଘର ଖର୍ଚ୍ଚ ପୂରଣ କରିବାକୁ ଟଙ୍କା ରହୁନି, ତେବେ...

ବୋମା ଆକ୍ରମଣକାରୀଙ୍କ ଦ୍ୱିତୀୟ କାର୍ ଖୋଜୁଛି ପୋଲିସ୍, ଲାଲ୍ ରଙ୍ଗର ଏହି କାର୍‌ ଉପରେ ନଜର

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଲାଲ୍ କିଲ୍ଲା ବିସ୍ଫୋରଣ ମାମଲାରେ ପୋଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପରେ ଦିଲ୍ଲୀ, ହରିଆଣା ଏବଂ ଉତ୍ତର ପ୍ରଦେଶରେ ବ୍ୟାପକ ଖୋଜାଖୋଜି...

ବିବାହ ମଞ୍ଚରେ ବରକୁ ଛୁରାମାଡ଼: ଆକ୍ରମଣକାରୀଙ୍କୁ ୨ କିମି ପର୍ଯ୍ୟନ୍ତ ଗୋଡ଼ାଇଲା ଡ୍ରୋନ୍ କ୍ୟାମେରା

ନୂଆଦିଲ୍ଲୀ,୧୨।୧୨: ମହାରାଷ୍ଟ୍ରର ଅମରାବତୀରେ ଏକ ବିବାହ ଉତ୍ସବ ସମୟରେ ବରକୁ ମଞ୍ଚ ଉପରେ ଛୁରାମାଡ଼ କରାଯିବା ପରେ ପରିବେଶ ଏକ ଅପରାଧ ସ୍ଥଳରେ ପରିଣତ ହୋଇଛି।...

ମହିଳାଙ୍କୁ ପନିକିରେ ହାଣିଲେ ପଡ଼ୋଶୀ

ପୁରୁଷୋତ୍ତମପୁର,୧୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ ଦେଉଳପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ସମ୍ବନ୍ଧୀୟ ପୂର୍ବ ଶତ୍ରୁତାକୁ ନେଇ...

ରେକର୍ଡପତ୍ରର ସ୍ବଚ୍ଛତାକୁ ନେଇ ଖୁସି ପ୍ରକଟ କଲେ ଜିଲାପାଳ

ପୁରୁଷୋତ୍ତମପୁର,୧୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟକୁ ବୁଧବାର ଆସି ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିଛନ୍ତି। ତହସିଲଦାର ବିନୋଦ କୁମାର ବେହେରା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri