Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ଭାଷଣର ଅନେକ ଭାଗକୁ ରେକର୍ଡରୁ ହଟାଇ ଦିଆଯାଇଛି

ନୂଆଦିଲ୍ଲୀ,୨।୭: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ଲୋକ ସଭାକୁ ସମ୍ବୋଧିତ କରି ଦେଇଥିବା ଅନେକ ମନ୍ତବ୍ୟ ରେକର୍ଡରୁ କାଟି ଦିଆଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ତାଙ୍କ ସମ୍ବୋଧନରେ ହିନ୍ଦୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ ବିଷୟରେ ମନ୍ତବ୍ୟ ଦେଇଥିଲେ। ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ଘଣ୍ଟା ହିଂସା-ହିଂସା, ଘୃଣା-ଘୃଣା କରନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବୟାନରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆପତ୍ତି ଉଠାଇ କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗୁରୁତର ବିଷୟ।

ସୂଚନାଯୋଗ୍ୟ, ସୋମବାର ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ଭାବରେ ତାଙ୍କର ପ୍ରଥମ ଭାଷଣ ଦେଇଛନ୍ତି। ଭାଜପାକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ ଘଣ୍ଟା ହିଂସା, ଘୃଣା ଏବଂ ମିଥ୍ୟା ପ୍ରଚାର ଜାରି ରଖନ୍ତ। ସେମାନେ ଆଦୌ ହିନ୍ଦୁ ନୁହନ୍ତି। ହିନ୍ଦୁ ଧର୍ମରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଜଣେ ସତ୍ୟ ସହିତ ଠିଆ ହେବା ଉଚିତ ଏବଂ ସତ୍ୟରୁ କେବେ ବି ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ। ଅହିଂସା ବିସ୍ତାର ହେବା ଉଚିତ୍‌। ଯେତେବେଳେ ରାହୁଲଙ୍କ ବୟାନରେ ପ୍ରଧାନମନ୍ତ୍ରୀ ମୋଦିଆପତ୍ତି କରିଥିଲେ ସେତେବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ମୁଁ ଭାଜପାକୁ ହିଂସା ବୋଲି କହିଛି, ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହେଁ। ଭାଜପା ସମଗ୍ର ହିନ୍ଦୁ ସମାଜ ନୁହେଁ। ଆରଏସଏସ ସମଗ୍ର ହିନ୍ଦୁ ସମାଜ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri