୭ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ଭାବରେ ପଡି ରହିଛି ପଞ୍ଚାୟତର ଅନେକ ଅଫିସ ଗୃହ : ଗଛ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

ଥୁଆମୂଳ ରାମପୁର,୫।୬,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳ ପୋଡାପଦର ପଞ୍ଚାୟତକୁ ବର୍ତ୍ତମାନ ଦୁର୍ଗମ ଅଞ୍ଚଳ ଭାବି ଅଣଦେଖା କରାଯାଉଛି । ପାହାଡ଼ ପର୍ବତ ଘେରରେ ରହିଥିବା ଯୋଗୁ ଆଜିବି ଅବହେଳିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ଏଠିକାର ଲୋକେ । ସରକାରଙ୍କ ମୌଳିକ ସୁବିଧା ସୁଯୋଗ ଏମାନଙ୍କ ପାଇଁ ସାତ ସ୍ବପ୍ନ ପାଲଟିଛି। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ଲୋକଙ୍କ କାର୍ଯ୍ୟରେ ଲାଗୁଥିବା ପଞ୍ଚାୟତ ଗୃହଟିଏ ନିର୍ମାଣ ହେବାକୁ ବର୍ଷ ବର୍ଷ ବିତିଯାଉଛି ହେଲେ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। କେବଳ ଏଠାରେ ଠିକାଦାର ପୋଷା ନୀତିରେ ଚାଲିଛି ପୋଡା ପଦର ପଞ୍ଚାୟତର ବିକାଶ ବୋଲି ଅଞ୍ଚଳବାସୀ ଅଭିଯୋଗ କରିବା ସହ ସ୍ଥାନୀୟ ସରପଞ୍ଚ ରାଏ ସିଂ ମାଝୀ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଖାଇଦେଇଛନ୍ତି ଟଙ୍କା ସେଥିପାଇଁ ଆଜି ଆମ ଗ୍ରାମପଞ୍ଚାୟତର ନିର୍ମାଣ ଧିନ ଗୃହ ସବୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ ବୋଲି ଗଣମାଧ୍ୟମ ଆଗରେ ବାଖାଣିଛନ୍ତି । ପୋଡାପଦର ଅଞ୍ଚଳ ଆଗରୁ ତାଳନଗୀ ପଞ୍ଚାୟତ ଅଧୀନରେଥିଲା। ୨୦୧୭ ମସିହାରେ ୧୮ ଟି ଗାଁକୁ ନେଇ ପୋଡାପଦରକୁ ନୂତନ ପଞ୍ଚାୟତ ଗଠନ କରାଗଲା । ଏହାପରଠାରୁ ଆଜକୁ ଦୁଇ ଥର ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି। ଏହି ପଞ୍ଚାୟତ ନିମନ୍ତେ ୨୦୧୭ ମସିହାରେ ୩୫ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏକ ପଞ୍ଚାୟତ ଗୃହ ନିର୍ମାଣ କାମ ଆରମ୍ଭ କାରାଗଲା। ହେଲେ ଆଜକୁ ୭ ବର୍ଷରୁ ଉଦ୍ଧର୍‌ବ ସମୟ ହେଲାଣି ତଥାପି ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଶେଷ ହୋଇ ପାରିଲା ନାହିଁ। ଏଠାରେ କେବଳ ପଞ୍ଚାୟତ ଗୃହ ନୁହେଁ ସେହିଭଳି ପଞ୍ଚାୟତ ଗୃହ ପରିସରରେ ପୁଣି ନିର୍ମାଣ ହେଉଥିବା ଗ୍ରାହକ ସେବା କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରାଜୀବ ଗାନ୍ଧୀ ଭବନ, ପଞ୍ଚାୟତ ଗୋଦାମ ଗୃହ ଏଏନଏମ ସେଣ୍ଟର, ମିଶନ ଶକ୍ତି ଭବନ ଏବଂ ସ୍କୁଲ କୋଠା ମଧ୍ୟ ସେହିଭଳି ଅଧାପନ୍ତରିଆ ଭାବେ ପଡି ରହିଛି । ଅଞ୍ଚଳରେ ଅନେକ ସମସ୍ୟା ଥିବା ବେଳେ ଆଜି ପର୍ଯ୍ୟନ୍ତ ଆଦିବାସୀଙ୍କର ଏହି ସବୁ ସମସ୍ୟାର ସମାଧାନ ଦିଗରେ ନିର୍ବାଚିତ ପ୍ରତିନିଧି ନା ରାଜନେତା କି ପ୍ରଶାସନ ମଧ୍ୟ କୌଣସି ପ୍ରକାରେ ଚେଷ୍ଟା କରୁ ନ ଥିବା ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି। ଏହାଫଳରେ ଏବେବି ଅଞ୍ଚଳର ଆଦିବାସୀମାନେ ହତାସାରେ ଜୀବନ ଯାପନ କରୁଛନ୍ତି। ଲୋକେ ବ୍ୟାଙ୍କ ସେବା, ଡାକ୍ତରଖାନା କିମ୍ବା ଅନ୍ୟ କୌଣସି ସେବା ପାଇବା ପାଇଁ ୭୦ କି.ମି ଥୁଆମୂଳ ରାମପୁର କିମ୍ବା ଇନ୍ଦ୍ରାବତୀ ନଦୀ ପାରହୋଇ ନବରଙ୍ଗପୁର ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଯଦି ଏହିଭଳି ଅଧାପନ୍ତରିଆ ସମସ୍ତ ଗୃହ ଗୁଡିକକୁ ଜରୁରୀକାଳୀନ ଭିତ୍ତିରେ ନିର୍ମାଣ କରାଯାଏ ତେବେ ନିଜ ଅଞ୍ଚଳରେ ଲୋକେ ସରକାରୀ ସେବା ପାଇପାରିବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଅଛି। ଏହି ପଞ୍ଚାୟତ ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁ କୌଣସି ଅଧିକାରୀ ମଧ୍ୟ ଏ ଅଞ୍ଚଳକୁ ଯାଉ ନାହାଁନ୍ତି । ଯାହା ଫଳରେ ଏହାର ଫାଇଦା ଉଠାଉଛନ୍ତି ଠିକାଦାର ଓ ଯନ୍ତ୍ରୀ। ଏଣୁ ତୁରନ୍ତ ଜିଲା ପ୍ରଶାସନ, ରାଜ୍ୟ ସରକାର ଏ ଗ୍ରାମପଞ୍ଚାୟତର ଦୁଃଖ ଶୁଣନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି । ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ ଅଞ୍ଚଳ ପାଇଁ ସିଧାସଳଖ ଗାଡ଼ି ମାଧ୍ୟମରେ କୌଣସି ମେଟେରିଆଲ ନେବା ପାଇଁ ସୁବିଧା ନାହିଁ କେବଳ ଯାହା ଯିବାକଥା ବୋଟ ମାଧ୍ୟମରେ ହିଁ ଅଳ୍ପ ଅଳ୍ପ ମେଟେରିଆଲ ଯାଉଛି ଏଣୁ କାମ ଏଭଳି ଭାବରେ ମନ୍ଥର ଗତିରେ ଚାଲିଛି ଆଗରୁ ଯେଉଁ ବିଭାଗ ପକ୍ଷରୁ ବ୍ରିଜ ନିର୍ମାଣ କରାଯାଇଥିଲା ବର୍ତ୍ତମାନ ତାହା ବନ୍ଦ ଅଛି ରାସ୍ତା ହୋଇଗଲେ ସେ ପଞ୍ଚାୟତ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇପାରିବ ଏବଂ ଆମେ ମଧ୍ୟ ଅଧାପନ୍ତରିଆ ରହିଥିବା ଗୃହ ଗୁଡ଼ିକ କେମିତି ଶୀଘ୍ର ସରିପରିବ ସେନେଇ ଚେଷ୍ଟା କରିବୁ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri