Categories: ଜାତୀୟ

ଦେଶରେ ବହୁ ନୂଆ ସହର ଗଢ଼ି ଉଠିବ, ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ଜାରି ରହିଛି: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୬।୨ : କର୍ନାଟକର ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବାଭାରତ ଶକ୍ତି ସପ୍ତାହ ୨୦୨୩ କାର୍ଯ୍ୟକ୍ରମରେ ଯୋଗଦେଇପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶରେ ଆଗାମୀ ଦିନରେ ବହୁ ନୂଆ ସହର ଗଢ଼ି ଉଠିବ। ଦେଶରେ ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ଜାରି ରହିଛି।

ବେଙ୍ଗାଲୁରୁ ହେଉଛି ଟେକ୍ନୋଲୋଜି, ପ୍ରତିଭା ଏବଂ ନବସୃଜନ ଶକ୍ତିରେ ପରିପୂର୍ଣ୍ଣ ସହର। ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଏହା ହେଉଛି ପ୍ରଥମ ପ୍ରମୁଖ ଶକ୍ତି ସମ୍ପର୍କିତ କାର୍ଯ୍ୟକ୍ରମ। ଭାରତ ଶକ୍ତି ସପ୍ତାହ କାର୍ଯ୍ୟକ୍ରମରେ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି। କାର୍ଯ୍ୟକ୍ରମ ଆରମ୍ଭରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଓଏଲ ଦ୍ୱାରା ବିକଶିତ ଏକ ସୌର ରନ୍ଧନ ପ୍ରଣାଳୀର ଯୁଗ୍ମ କୁକଟପ ମଡେଲକୁ ଉନ୍ମୋଚନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବେମ୍ମୋଇ ମଧ୍ୟ ଉପସ୍ଥିତ ଥିଲେ। ଶକ୍ତି ସପ୍ତାହ ୨୦୨୩ କାର୍ଯ୍ୟକ୍ରମ ଫେବୃଆରୀ ୬ରୁ ୮ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଚାଲିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଏକ ଶକ୍ତି ବିକଶିତ ଦେଶ ଭାବରେ ଭାରତରେ ଶକ୍ତି ଭିତ୍ତିଭୂମିର ଏକ ପାଓ୍ବାର ହାଉସ ସୃଷ୍ଟି କରିବା।

Share