ମୋ ଚାରିପଟେ ଅନେକ ବନ୍ଧୁକ: ସଲମାନ୍‌

ମୁମ୍ବାଇ,୧ା୫: ଗ୍ୟାଙ୍ଗ୍‌ଷ୍ଟରମାନଙ୍କ ଟାର୍ଗେଟ ଲିଷ୍ଟରେ ଥିବା ‘ଟାଇଗର ଜିନ୍ଦା ହୈ’ ଅଭିନେତା ସଲମାନ୍‌ ଖାନ୍‌ ଏକାଧିକ ଧମକ ପାଇଲେଣି। ଶେଷରେ ସେ ଏହାକୁ କିପରି ହ୍ୟାଣ୍ଡେଲ କରିବେ ସେନେଇ ଗଣମାଧ୍ୟମରେ ଶେୟାର କରିଛନ୍ତି। ସଲମାନ୍‌ଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ ମୁମ୍ବାଇ ପୋଲିସ ତାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି ଯୋଗାଇ ଦେଇଛି। ଏକ ସାକ୍ଷାତ୍‌କାରରେ ଅଭିନେତା କହିଛନ୍ତି, ଅସୁରକ୍ଷାଠାରୁ ସୁରକ୍ଷା ଭଲ। ଏବେ ସାଇକେଲରେ କୁଆଡ଼େ ଯିବା ସମ୍ଭବ ହେଉନାହିଁ। ତେଣୁ ମୋ ଶେରା (ତାଙ୍କ ଅଙ୍ଗରକ୍ଷୀଙ୍କ ନାମ) ଘେରି ରହୁଛନ୍ତି। ମୋ ଚାରିପଟେ ଅନେକ ବନ୍ଧୁକ ରହୁଛି। ସେସବୁ ଦେଖି ମୁଁ ମଧ୍ୟ ବିଚଳିତ ହୋଇଯାଉଛି।

Share