ରଥଯାତ୍ରା: ୯୬ ଅଚେତ, ନଡ଼ିଆ ମାଡ଼ରେ ମହିଳା ପୋଲିସ ରକ୍ତାକ୍ତ

ପୁରୀ ଅଫିସ,୧।୭: ପୁରୀ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ସଭିଙ୍କ ମନରେ ୩ ଠକୁରଙ୍କୁ ଟିକିଏ ଦେଖିବାକୁ ଓ ରଥ ଦଉଡ଼ି ଭିଡିବାକୁ ଶ୍ରଦ୍ଧାଳୁଙ୍କ ଭିତରେ ଠେଲାପେଲା। ଏହି ପ୍ରବଳ ଗହଳି ଭିତରେ ଗୁଳୁଗୁଳି ସହି ନ ପାରି ବହୁ ଶ୍ରଦ୍ଧାଳୁ ଅଂଶୁଘାତର ଶିକାର ହୋଇଛନ୍ତି। ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ପ୍ରାୟ ୯୬ ଜଣ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସେହିପରି ବଳଭଦ୍ରଙ୍କ ରଥ ଟାଣିବା ବେଳେ ଜଣେ ଆହତ ହୋଇଛନ୍ତି। ନଡ଼ିଆ ମାଡ଼ରେ ଜଣେ ମହିଳା ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ନଡ଼ିଆ ବାଜି ଥିବାରୁ ସେ ରକ୍ତାକ୍ତ ହୋଇଛନ୍ତି।