ଅକ୍ଷୟଙ୍କ ସହ ‘ବଡେ ମିୟାଁ ଛୋଟେ ମିୟାଁ’ରେ ନଜର ଆସିବେ ମାନୁଷି! ଅଭିନେତ୍ରୀ କଲେ ଖୁଲାସା

ମୁମ୍ବାଇ: ୨୦୧୭ରେ ମିସ ୱାଲର୍‌ଡ ଟାଇଟଲ ଜିତିଥିବା ଅଭିନେତ୍ରୀ ମାନୁଷି ଚିଲ୍ଲର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ନିକଟରେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମାନୁଷିଙ୍କ ସହ ବିକି କୌଶଲ ନଜର ଆସିଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ‘ତେହେରାନ’ରେ ଦେଖିବାକୁ ମିଳିବ। ବର୍ତ୍ତମାନ ଖବର ଆସୁଛି ଯେ ତାଙ୍କୁ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ରେ ମଧ୍ୟ ଦେଖିବାକୁ ମିଳିବ। ମାନୁଷି ନିକଟରେ ଏକ ବାର୍ତ୍ତାଳାପ ସମୟରେ ଖୁଲାସା କରିଛନ୍ତି ଯେ ସେ ଏହି ଚଳଚ୍ଚିତ୍ରରେ ସାମିଲ କି ନୁହେଁ।

ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ମାନୁଷୀ ଜଣେ ହ୍ୟାକର ଭୂମିକାରେ ଅଭିନୟ କରିବେ। ବାର୍ତ୍ତାଳାପ ସମୟରେ ଅଭିନେତ୍ରୀଙ୍କୁ ପଚରାଯାଇଥିଲା ଯେ, ସେ ଏହି ଫିଲ୍ମରେ ହ୍ୟାକର ଭୂମିକାରେ ଅଭିନୟ କରୁଛନ୍ତି କି? ଏହା ଉପରେ ସେ କହିଥିଲେ, ମୁଁ ଜଣେ ହ୍ୟାକର ଭୂମିକାରେ ଅଭିନୟ କରୁନାହିଁ। ବୋଧହୁଏ ମୁଁ ଏହି ଚଳଚ୍ଚିତ୍ରରେ ଆଦୌ ନାହିଁ । କିଛି ସମୟ ପୂର୍ବରୁ ଏକ ସୂତ୍ର ଖୁଲାସା କରି କହିଥିଲା ଯେ, ‘ବଡେ ମିୟାଁ ଛୋଟେ ମିୟାଁ’ରେ ମାନୁଷୀ ଜଣେ ହ୍ୟାକର ଭୂମିକାରେ ନଜର ଆସିବେ ଏବଂ ତାଙ୍କ ଚରିତ୍ର ଫିଲ୍ମରେ କିଛି ରୋଚକ ମୋଡ଼ ଆଣିବ।
ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ‘ବଡେ ମିୟାଁ ଛୋଟେ ମିୟାଁ’ରେ ମୁଖ୍ୟ ଭୂମିକାରେ ଅଛନ୍ତି। ଅକ୍ଷୟଙ୍କ ସହ ଏହା ମନୁଷୀଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଲି ଅବ୍ବାସ ଜାଫର। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୨୦୨୪ ରେ ଇଦ ଅବସରରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ୟୁରୋପ ଏବଂ ୟୁଏଇରେ ଶୁଟିଂ କରାଯାଇଛି।

Share