ଡ୍ରେସ୍‌ଅପ ହେବା ପାଇଁ ମାନୁଷୀଙ୍କୁ ଲାଗିଥିଲା ଏତିକି ଘଣ୍ଟା

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥୀରାଜ’ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ମିସ ୱାଲର୍‌ଡ ମୁକୁଟ ଜିତିଥିବା ମାନୁଷୀ ଛିଲରଙ୍କୁ ଦେଖିବାକୁ ମିଳିବ। ଏହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ। ଫିଲ୍ମଟି ଜୁନ୍‌ ୩ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଅକ୍ଷୟ କୁମାର ପୃଥୀରାଜଙ୍କ ଭୂମିକାରେ ନଜର ଆସୁଥିବାବେଳେ ମାନୁଷୀଙ୍କ ସଂୟୋଗିତା ଭୂମିକାରେ ନଜର ଆସିବେ। ତେବେ ଏହି ଫିଲ୍ମରେ ମାନୁଷୀଙ୍କ ବ୍ରାଇଡାଲ ଲୁକ୍‌ ପାଇଁ ୨୫ ଜଣ ସାମିଲ ଥିଲେ। ଏହା ନିଜେ ମାନୁଷୀ ଏକ ସାକ୍ଷାତକାର ମାନୁଷୀ ଖୁଲାସା କରିଛନ୍ତି । ସେ କହିଛନ୍ତି ,‘ସମ୍ରାଟ ପୃଥୀରାଜ’ର ଫିଲ୍ମରେ ବିବାହର ସିକ୍ବେନ୍ସ ସବୁଠାରୁ ଅଧିକ ଲମ୍ବା ଶୁଟ ଥିଲା। ଏଥିପାଇଁ ୨୫ ଜଣ ଲୋକ ମିଶି ୩ ଘଣ୍ଟା ସଜେଇଥିଲେ। କାରଣ ନିର୍ଦ୍ଦେଶକ ରାଜକୁମାରୀ ସୟୋଂଗିତାଙ୍କୁ ନ୍ୟାଚୁରାଲ ଦେଖିବାକୁ ଚାହୁଁଥିଲେ। କିନ୍ତୁ କେଶ ଏବଂ ପୋଷାକକୁ ସେଟ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥିଲା ବୋଲି ସେ କହିଛନ୍ତି।

Share