ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ ଏକ ବିସ୍ତୃତ ପୋଷ୍ଟ ଶେୟାର କରିଛନ୍ତି। ସେ ବ୍ୟକ୍ତିଗତ ଭାବରେ ନିଟ୍‌ ପେପର ଲିକର ଅଗ୍ନିପରୀକ୍ଷା ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ଦୁଇଥର ପରୀକ୍ଷା ଦେବାକୁ ପଡିଥିଲା। ଏହି ଅନ୍ୟାୟ ଦୁନିଆରେ ସମାନତା ଆଣିବା ପାଇଁ ଶିକ୍ଷା ହେଉଛି ଏକମାତ୍ର ମାଧ୍ୟମ। ଆମର ଅନୁଷ୍ଠାନଗୁଡ଼ିକ କେବେବି ସଂସ୍କାର ପାଇଁ ଆହ୍ବାନକୁ ଖାରଜ କରିବା ଉଚିତ୍‌ ନୁହେଁ। ଯେତେବେଳେ ଅନୁଷ୍ଠାନଗୁଡ଼ିକ ଶୁଣନ୍ତି, ଶିଖନ୍ତି ଏବଂ ଉନ୍ନତି କରନ୍ତି ସେତେବେଳେ ଗଣତନ୍ତ୍ର ସୁଦୃଢ଼ ହୁଏ ବୋଲି ମାନୁଷୀ କହିଛନ୍ତି।
ସେ ଆହୁରି ଲେଖିଛନ୍ତି, ୨୦୧୫ରେ, ଏକ ପେପର ଲିକ ଯୋଗୁ ମୋତେ ନିଜେ ଦୁଇଥର ପରୀକ୍ଷା ଦେବାକୁ ପଡିଥିଲା। ଏହା ବର୍ଷ ବର୍ଷର କଠିନ ପରିଶ୍ରମ, ନିଦ୍ରାହୀନ ରାତି, ତ୍ୟାଗ ଏବଂ ଆଶାର ପରିଣାମ। ଏହା କେବଳ ଏକ ପରୀକ୍ଷା ପର୍ଯ୍ୟନ୍ତ ସୀମିତ ନୁହେଁ। ସେତେବେଳେ ବ୍ୟବସ୍ଥାର ବିଫଳତାକୁ ଗ୍ରହଣ କରାଯାଇଥିଲା, ପ୍ରାୟ ଏକ ଦଶନ୍ଧି ପରେ ଏବେ ପରିବର୍ତ୍ତନର ଦାବି ହେଉଛି। ପରବର୍ତ୍ତୀ ପିଢି ପାଇଁ ଏକ ଦୃଢ଼ ବ୍ୟବସ୍ଥା ଛାଡିଯିବା ଆମର ଦାୟିତ୍ୱ। ଏହା ସଂସ୍ଥାଗୁଡ଼ିକର ବିରୋଧ କରିବା ନୁହେଁ, ବରଂ ସେଗୁଡ଼ିକୁ ମଜଭୁତ କରିବା ଏବଂ ସଂସ୍କାର କରିବା। ମୋର ଆଶା ଏହି ସମସ୍ୟାର ସମାଧାନ ମିଳିଯିବ।

ନିଟ୍‌ ପେପର୍‌ ଲିକ ପ୍ରସଙ୍ଗ ବିରୋଧରେ ସିଜେପି ନେତୃତ୍ୱରେ ଦିଲ୍ଲୀର ଜନ୍ତର ମନ୍ତରରେ ଏକ ପ୍ରତିବାଦ ଚାଲିଛି। ହଜାର ହଜାର ଯୁବକ ଏହି ପ୍ରଦର୍ଶନରେ ଯୋଗ ଦେଇଛନ୍ତି। ସେମାନେ ସମସ୍ତେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ରାଜ ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି। ଏହି ଛାତ୍ର ପ୍ରତିବାଦକୁ ପ୍ରକାଶ ରାଜ, ସୋନି ରାଜଦାନ, ଆଲିଆ ଭଟ୍ଟ, ହୁମା କୁରେଶୀ, ସଲମାନ ଖାନ, ଶବାନା ଆଜମୀ ଏବଂ ସ୍ବରା ଭାସ୍କରଙ୍କ ସମେତ ଅନେକ ସେଲିବ୍ରିଟି ସମର୍ଥନ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share